ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଏପ୍ରିଲ ୧୨ ରେ ପଥର ମାଡ଼ ଏବଂ ଏପ୍ରିଲ ୧୪ ରେ ପୋଡ଼ାଜଳା, ଭଙ୍ଗାରୁଜା, ମାରଣାସ୍ତ୍ରରେ ଆକ୍ରମଣ ଘଟିଥିଲା । ଏଥିରେ ମୁସଲମାନ ଅତିବାଦୀମାନେ ଯୋଜନାବଦ୍ଧ ଭାବରେ ଏଭଳି ଅଶାନ୍ତ କାଣ୍ଡ ଭିଆଇଥିଲେ । ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ବାଇକ୍ ଶୋଭାଯାତ୍ରାରେ ମୁସଲମାନ ଅତିବାଦୀମାନେ ହିନ୍ଦୁ ସମାଜ ଉପରେ ଅଚାନକ ଆକ୍ରମଣ କରିଥିଲେ ଯାହାଫଳରେ ଏକ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା । ବହୁ ହିନ୍ଦୁଙ୍କର ଧନ, ଜନ କ୍ଷୟକ୍ଷତି ଘଟିଥିଲା । ୧୪ ତାରିଖ ମଧ୍ୟ ରାତିରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଜଣେ ଗୁରୁତର ଓ ଜଣେ ମୃତ ହୋଇଥିଲେ । ଯାହାଫଳରେ ହିନ୍ଦୁ ମାନେ ଅସୁରକ୍ଷିତ ମନେକରିଥିଲେ। ସରକାରଙ୍କ ଗୋଇନ୍ଦା ସଂସ୍ଥା ବିଫଳ ହୋଇଥିଲା ।ଭଦ୍ରକ ଭଳି ଆଗୁଆ ପଦକ୍ଷେପ ନେଇଥିଲେ ଏଭଳି ଅରାଜକତା ସୃଷ୍ଟି ହୋଇ ନ ଥନ୍ତା । ଏହାକୁ ନେଇ ଦଙ୍ଗାକାରୀ ଓ ଷଡ଼ଯନ୍ତ୍ରକାରୀଙ୍କ ଉପରେ ତୁରନ୍ତ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଇରଙ୍ଗପୁରରେ ବିଜେପିର ତରଫରୁ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପାଖରୁ ବାହାରି ସହର ପରିକ୍ରମା କରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ହିନ୍ଦୁ ଜାଗରଣ ମଞ୍ଚ ପ୍ରଦ୍ୟୁମ୍ନ ଦିଗାର, ବିଶ୍ବହିନ୍ଦୁ ପରିଷଦର ସଂଜୟ ମହାନ୍ତି, ସମାଜସେବୀ ନୀରଜ ପଣ୍ଡା, ପ୍ରଦୀପ ରାଉତ, ନବୀନ ରାମ, ଆଲୋକ ରଂଜନ ମହାନ୍ତ, ଲୁଲୁ ସାମଲ, ନାରୀନେତ୍ରୀ ମିଥିଳା ଟୁଡୁଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ ।
previous post
