ନୂଆଦିଲ୍ଲୀ : ପଞ୍ଜାବ ନିର୍ବାଚନରେ ଅନ୍ୟ ଦଳକୁ ପଛରେ ପକାଇ ବାଜିମାତ କରିଛି ଆମ୍ ଅଦମୀ ପାର୍ଟି । ସେଠରେ ଏହି ଦଳ ପକ୍ଷରୁ ଭଗୱନ୍ତ ମାନ୍ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ ଶପଥ ପାଠ ଗ୍ରହଣ କରିଛନ୍ତି । ଶପଥ ପାଠ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ପଞାଜାବ ମୁଖ୍ୟମନ୍ତ୍ରୀ । ଆଜି ନୂଆ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା କଥା ଜଚ୍ଚାପଡିଛି । ଏହାପରେ ଭଗୱନ୍ତ ମାନଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ହେବାର ଅଭିନ୍ଦନ ଜଣାଇଛନ୍ତି ମୋଦି । ଏ ନେଇ ଏକ ଶାକ୍ଷାତ କାରରେ ସୁଚନା ଦେଇଛନ୍ତି ନିଜେ ମାନ୍ । ଏହା ସହ ରଷ୍ଟ୍ରୀୟ ସୁରକ୍ଷା ଦିଗରେ ମାନଙ୍କୁ ପ୍ରଧାନମନ୍ତ୍ରୀ ସାହାଯ୍ୟ କରିବାକୁ ନିଶ୍ଚିନ୍ତ କରିଛନ୍ତି । ଏହା ସହ ମାନ୍ ଆହୁରି ମଧ୍ୟ କହହିଛନ୍ତି ଯେ, ମୁଁ ଦୁଇ ବର୍ଷ ପାଇଁ ୫୦.୦୦୦ କୋଟି ଆର୍ଥିକ ସହାୟତା ମାଗିଛି । ଏହା ସହ ପଞ୍ଜାବକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବେ ବୋଲି ମଧ୍ୟ ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଏହା ହେଉଛି ମାନଙ୍କର ପ୍ରଧାନମନ୍ତ୍ରୀ ସହ ପ୍ରଥମ ସାକ୍ଷାତ କାର । ଏହା ପରେ ପ୍ରଧାନମନ୍ତ୍ରୀଙ୍କ ପରେ ସନ୍ଧ୍ୟାରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବେ ମାନ୍ ।
previous post