(ଗୋପ/ଜୟନ୍ତ କୁମାର ସେଠୀ ) : ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ବିଧି ଶୁଭାରମ୍ଭ ହୋଇଛି। ତେବେ ଏଥର କୋରୋନା ମହାମାରୀ ଭୟ ଓ ଲକ ଡାଉନ କଟକଣା ଯୋଗୁ ପରମ୍ପରା ବ୍ୟତିକ୍ରମ ହୋଇଥିବାବେଳେ ରଥ ନିର୍ମାଣ କାର୍ଯ୍ୟ ଶ୍ରୀମନ୍ଦିର ପରିସରରେ ହୋଇଛି। ଫଳରେ ରଥଖଳା ଖାଁ ଖାଁ ପଡିଛି । ସେପଟେ ବୌଦ୍ଧ ବନଖଣ୍ଡରୁ ରଥ ନିର୍ମାଣ ପାଇଁ କାଠ ଆସିଥିବା ଦେଖିବାକୁ ମିଳିଛି। ଏହି ସମୟରେ ତିନି ରଥର ତୁମ୍ଭ ଓ ଚକ ନିର୍ମାଣ ନେଇ ରଥଖଳା ଚଳଚଞ୍ଚଳ ହେବା କଥା। କିନ୍ତୁ ଲକ୍ଡାଉନ୍ ସବୁକିଛି ବଦଳାଇଦେଇଛି । କୋରୋନାକୁ ଦୃଷ୍ଟିରେ ରଖି ରଥଯାତ୍ରା ଆଶା ଆଶଙ୍କାରେ ଥିବାବେଳେ ରଥ ନିର୍ମାଣ ଲାଗି ରଥ କାଠ ଆସିବାରେ ଲାଗିଛି ।ଆଜି ନବମ ପର୍ୟ୍ୟାୟରେ ଗୋଟିଏ ଟ୍ରକରେ ୨୭ ଖଣ୍ଡ ୪୦ ଫୁଟିଆ ଧଉରା ଓ ଅସନ କାଠ ଆସି ପହଞ୍ଚିଛି । ଏ ପର୍ୟ୍ୟନ୍ତ ୩୧୫ ଖଣ୍ଡ କାଠ ରଥଖଳାକୁ ଆସି ସାରିଥିବାବେଳେ ଅବଶିଷ୍ଟ ୯୧ ଖଣ୍ଡ କାଠ ପର୍ୟ୍ୟାୟକ୍ରମେ ଆସି ପହଞ୍ଚିବ ବୋଲି ତିନି ରଥର ତତ୍ତ୍ବବଧାରକ ସୁଦର୍ଶନ ମେକାପ କହିଛନ୍ତି।ତେବେ ରଥଯାତ୍ରା ଆୟୋଜନ ନେଇ ରାଜ୍ୟ ସରକାରଙ୍କ କିଛି ନିର୍ଦ୍ଦେଶ ଆସି ନଥିବାବେଳେ ଲକ୍ଡାଉନ୍ ପରେ ରଥ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବା ନେଇ ଆଶା ରଖିଛନ୍ତି ସୁଦର୍ଶନ ମେକାପ। ଏଥିପାଇଁ ସବୁ ସେବାୟତ ପ୍ରସ୍ତୁତ ଅଛନ୍ତି। ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ବୋଲି ସେ ଜଣାଇଛନ୍ତି ।
previous post
next post
