ଓଡିଶା

ସରପଞ୍ଚ ସଂଘ ତରଫରୁ ଆର୍ଥିକ ସହାୟତା ପ୍ରଦାନ

(ସୁବର୍ଣ୍ଣପୁର, ଓମ ପ୍ରକାଶ ମିଶ୍ର): କୋରୋନା ଭାଇରସକୁ ମୁକାବୁଲା କରିବା ପାଇଁ ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ଅଣ୍ଟା ବିଡିଛନ୍ତି । ଏହି ପରିସ୍ଥିରେ ରାଜ୍ୟସରକାରଙ୍କୁ କିଏ ଟଙ୍କାର ସହଯୋଗ ଯେଉଛି ତ କିଏ ମନବଳ ଯୋଗାଉଛି । ସେହିପରିପେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁପାଲି ବ୍ଳକ ସରପଞ୍ଚ ସଂଘ ତରଫରୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସରପଞ୍ଚ ମାନଙ୍କ ସମ୍ମାନ ସୂଚକ ଭତ୍ତାରୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ମୋଟ ଏକ ଲକ୍ଷ ତିରିଶ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରାଯାଇଛି । ସରପଞ୍ଚ ସଂଘର ପ୍ରତିନିଧିମାନେ ଜିଲ୍ଲାପାଳ ମୋନିଷା ବାନାର୍ଜିଙ୍କୁ ସାକ୍ଷାତ କରି ଏହି ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ସରପଞ୍ଚ ମାନେ କୋରୋନା ସଂକ୍ରମଣକୁ ପ୍ରତିହତ କରିବା ସହିତ ଜନସାଧାରଣଙ୍କ ମନଙ୍କୁ କିପରି ସଚେତନତା କାର୍ୟ୍ୟକ୍ରମ କରାଜାଇ ପାରିବ ତାଉପରେ ବି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ । କୌଣସି ବି ପରିସ୍ଥିତିରେ ଗ୍ରାମାଞ୍ଚଳ ରେ ଏହି ସଂକ୍ରମଣକୁ ରୋକିବା ପାଇଁ ଚାଲିଥିବା ଯୋଜନା ସଂପର୍କରେ ଆଲୋଚନା କରିବା ସହିତ ସରପଞ୍ଚ ମାନେ ଏହି ମହାମାରୀକୁ ପରାସ୍ତ କରିବା ପାଇଁ ସବୁ ସମୟରେ ପ୍ରସ୍ତୁତ ଅଛନ୍ତି ବୋଲି ଜିଲ୍ଲାପାଳଙ୍କୁ ପ୍ରତିଶୃତି ଦେଇଥିଲେ ।

Related posts

ଉଦ୍ଘାଟିତ ହେଲା ଓଡିଶାର ପ୍ରଥମ ସ୍ୱତନ୍ତ୍ର ଅଣ୍ଡା ଷ୍ଟୋର୍, ଓଭୋ ଫାର୍ମର କେନଙ୍କୋ ଏଗଷ୍ଟ୍ରା

mahabharatanews

୨୦୨୦-୨୧ ଶିକ୍ଷାବର୍ଷ ଲାଗି ବୃଦ୍ଧି ପାଇବ ନାହିଁ ସ୍କୁଲ ଫି

mahabharatanews

ଟାଟା ମ୍ୟାଜିକ-ଡମ୍ପର ଧକ୍କା, ୪ ଗୁୁରୁତର ଆହତ

mahabharatanews