ଓଡିଶା

ଆସନ୍ତାକାଲି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି

ଆସନ୍ତାକାଲି ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ହେବ ବନକଲାଗି ନୀତି । ତେଣୁ ଆସନ୍ତାକାଲି ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ । ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ 4ଟାରୁ ରାତି 8 ପର୍ଯ୍ୟନ୍ତ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା ଏମାନଙ୍କ କାମ । ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ ।

Related posts

ଜାରିହେଲା ବିଏମ୍‌ସିର ସ୍ବତନ୍ତ୍ର ନିର୍ଦ୍ଦେଶନାମା , ଡେରିରେ ଅଫିସ୍ ଆସିଲେ ଦରମା ବନ୍ଦ

mahabharatanews

୫ ବାଲି ବୋଝେଇ ଟ୍ରାକ୍ଟରରୁ ୧ଲକ୍ଷ ଟଙ୍କା ଜରିମାନା

mahabharatanews

ପଞ୍ଚଭୂତରେ ଲୀନ ହେଲେ ବାଗ୍ମୀ ରଜତ କର

mahabharatanews