ଓଡିଶା

ଜାରିହେଲା ବିଏମ୍‌ସିର ସ୍ବତନ୍ତ୍ର ନିର୍ଦ୍ଦେଶନାମା , ଡେରିରେ ଅଫିସ୍ ଆସିଲେ ଦରମା ବନ୍ଦ

ଭୁବନେଶ୍ୱର : ଜାରିହେଲା ବିଏମ୍‌ସିର ସ୍ବତନ୍ତ୍ର ନିର୍ଦ୍ଦେଶନାମା। ଡେରିରେ ଅଫିସ୍ ଆସିଲେ ଦରମା ବନ୍ଦ। ବିଏମ୍‌ସି କର୍ମଚାରୀମାନଙ୍କ ବିଳମ୍ବରେ ଅଫିସ ଆସିବା ଆଉ ବରଦାସ୍ତ କରାଯିବ ନାହିଁ । ବିଏମ୍‌ସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ୯.୪୫ରୁ ୧୦.୧୫ ମଧ୍ୟରେ ପହଞ୍ଚିବେ। ଅଧିକରୁ ଅଧିକ ମାତ୍ର ୧୫ ମିନିଟ୍ ପର୍ଯ୍ୟନ୍ତ କୋହଳ ମନୋଭାବ ଦେଖାଯିବ ଅର୍ଥାତ୍ ୧୦ଟା ୩୦ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍, ଗାଡ଼ି ଖରାପ କିମ୍ବା ଅନ୍ୟାନ୍ୟ ଜରୁରିକାଳୀନ ସମସ୍ୟା ପାଇଁ କେତେକ କ୍ଷେତ୍ରରେ କୋହଳ କରାଯାଇପାରେ | ବିଳମ୍ବରେ ଆସୁଥିବା କର୍ମଚାରୀଙ୍କୁ ତତ୍‌କ୍ଷଣାତ୍ ଛୁଟିରେ ଅଛନ୍ତି ବୋଲି ଘେଷଣା କରାଯିବ । ଏହା ସହ ‘କାମ ନାହିଁ ତ ଦରମା ନାହିଁ ନୀତି ଲାଗୁ କରାଯିବ। ଏନେଇ ବିଏମ୍‌ସି ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର ଅର୍ଡର ଜାରି କରାଯାଇ ବିଏମ୍‌ସି କାର୍ଯ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚରୀଙ୍କୁ ଠିକ୍ ସମୟରେ ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ମହଲାରେ ତଦାରଖ କରିବେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ।

Related posts

୧୦ ଜିଲ୍ଲାରେ ପବନ ସହ ଝଡ଼ବର୍ଷା

mahabharatanews

ଫୋନରେ କଥା ହେଉଥିଲେ ! ଖସିପଡିଲେ ଟାଙ୍କିରେ

mahabharatanews

ଓଡ଼ିଶା ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

mahabharatanews