ଓଡିଶା

ପୁରୀରେ ଦୂର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀରେ ଶୃଙ୍ଖଳିତ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଦୁର୍ଗାପୂଜା ପାଳନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ । କୈଣସି ପରିସ୍ଥିତିରେ ପୂଜା ମଣ୍ଡପ ନିକଟରେ ୭ ଜଣରୁ ଅଧିକ ବ୍ୟକ୍ତି ଉପସ୍ଥିତ ରହିବେ ନାହିଁ । ମଣ୍ଡପରେ ପୂଜା ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ଠାରୁ ଆବଶ୍ୟକୀୟ ଅନୁମତି ନେବାକୁ ହେବ । ମନୋରଞ୍ଜନ କାର୍ୟ୍ୟକ୍ରମ, ଡାକବାଜି ଯନ୍ତ୍ର, ସର୍ବସାଧାରଣଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ପ୍ରତିଟି କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଗାଇଡଲାଇନ ଉଲଘଂନ କଲେ ସଂପୃକ୍ତ ମଣ୍ଡପ କର୍ମକର୍ତ୍ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସପି କ୍ଷୀରସାଗର ନାୟକ କହିଛନ୍ତି । ଭସାଣି ସମୟରେ କୈଣସି ଶୋଭାଯାତ୍ରା ହେବନାହିଁ ଏବଂ ପ୍ରଶାସନ ପକ୍ଷରୁ ଚିହ୍ନିତ ନିର୍ଦ୍ଧିଷ୍ଟ ସ୍ଥାନରେ ମୂର୍ତ୍ତି ବିସର୍ଜନ କରାଯିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଶ୍ରୀ ପ୍ରଶାନ୍ତ କୁମାର ଜେନା, ବିଭିନ୍ନ ଥାନାଧିକାରୀ ଏବଂ ବିଭିନ୍ନ ପୂଜାକମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ଉଦଳାରେ ସିଏଏ ବିରୋଧୀ ଶୋଭାଯାତ୍ରା

mahabharatanews

ପୋଲିସ ବାବୁଙ୍କ ଦାଦାଗିରି: ଚିକିତ୍ସା ଅବସ୍ଥାରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି

mahabharatanews

ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ପ୍ରସ୍ତୁତି ବୈଠକ

mahabharatanews