ଓଡିଶା

୨୦ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା,୪ଟାରେ ହେବ ରଥଟଣା

(ପୁରୀ) : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଅଳ୍ପ ଦିନ। ଭକ୍ତ ନିଜର ଧର୍ଯ୍ୟ  ହରେଇ ବସିଲାଣି ଚକାନୟନକୁ ଦେଖିବାକୁ । ଏଥି ପ୍ରସ୍ତୁତି ଜୋରସୋରରେ ଚାଲିଛି । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ  ଶେଷରେ ପହଞ୍ଚିଛି।    ଜୁନ୍‌ ୪ରେ ଦେବସ୍ନାନ ପୂର୍ଣ୍ଣିମା, ଜୁନ୍‌ ୨୦ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏହା ପୂର୍ବରୁ ଆଜି ଛତିଶାନିଯୋଗ ବୈଠକରେ ଦେବସ୍ନାନ ପୂର୍ଣ୍ଣିମା, ଘୋଷଯାତ୍ରା ସହ ଅନ୍ୟାନ୍ୟ ଯାତ୍ରାର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।

ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ଘୋଷଯାତ୍ରା ଅର୍ଥାତ୍‌ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ ।  ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି ଶେଷ ପରେ ମଦନମୋହନ ବିଜେ, ବେଶ ଆଦି ଶେଷ ହେବ। ଅପରାହ୍ଣ ୪ଟାରେ ରଥଟଣା ହେବ।

Related posts

୨୦୨୦-୨୧ ଶିକ୍ଷାବର୍ଷ ଲାଗି ବୃଦ୍ଧି ପାଇବ ନାହିଁ ସ୍କୁଲ ଫି

mahabharatanews

ପୁରୀରୁ ଗିରଫ TMCର ପୂର୍ବତନ କାଉନସିଲର!

mahabharatanews

ରାଉରକେଲା ଇସ୍ପାତ କାରଖାନାରେ ବିସ୍ଫୋରଣ, ଜଣେ ମୃତ ସହ ୨ ଗୁରୁତର

mahabharatanews