ଭାରତ

‘ମଣିପୁରର ମଜା ଉଡାଇବା ମୋଦିଙ୍କୁ ଶୋଭା ଦେଉନଥିଲା ‘; ରାହୁଲ ଗାନ୍ଧୀ 

(ଦିଲ୍ଲୀ) : ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ଦେଇଥିବା ଭାଷଣର ଜବାବ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୨ ଘଣ୍ଟା ଧରି କେବଳ ମଜା ଉଡ଼େଇଲେ । କିନ୍ତୁ ଶେଷବେଳକୁ ସେ ମଣିପୁର ବିଷୟରେ ମାତ୍ର ଦୁଇ ମିନିଟ୍ ଭାଷଣ ଦେଇଥିଲେ।  ପ୍ରଧାନମନ୍ତ୍ରୀ ଗତକାଲି ଗୃହରେ ମଜା ଉଡ଼ାଇ ହସୁଥିଲେ। ଏହା ତାଙ୍କୁ ଶୋଭା ଦେଉନଥିଲା । ପ୍ରସଙ୍ଗ ମୁଁ କିମ୍ବା କଂଗ୍ରେସ ନଥିଲା, ପ୍ରସଙ୍ଗ ଥିଲା ମଣିପୁର ସେଥିପାଇଁ ମୁଁ କହିଲି ବିଜେପି ମଣିପୁରରେ ହିନ୍ଦୁ ହତ୍ୟା କରିଛି ବୋଲି ରାହୁଲ କହିଛନ୍ତି ।

କଂଗ୍ରେସ ସାଂସଦ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ମଣିପୁର ଯାଇପାରିବେ ନାହିଁ, ସେ ଏ ପ୍ରସଙ୍ଗରେ ମୁହଁ ତ ଖୋଲନ୍ତୁ ।ଭାରତୀୟ ସେନା ଏହି ଡ୍ରାମାକୁ ୨ ଦିନରେ ବନ୍ଦ କରିପାରିବ କିନ୍ତୁ ପ୍ରଧାନମନ୍ତ୍ରୀ ମଣିପୁରକୁ ନିଆଁ ଲିଭାଇବାକୁ ଚାହୁଁନାହାନ୍ତି ।

Related posts

ଡେବ୍ୟୁ କଲେ ଜୁନିୟର ତେନ୍ଦୁଲକର

mahabharatanews

‘ମଣିଷକୁ ସହଜରେ ସଂକ୍ରମିତ କରିପାରେ ବାର୍ଡ ଫ୍ଲୁ’: ହୁ 

mahabharatanews

ଭର୍ଚ୍ୟୁଆଲ ଜରିଆରେ ‘ଜି୨୦’ ଶିଖର ସମ୍ମିଳନୀ

mahabharatanews