ରାଜନୀତି

ରାହୁଲଙ୍କୁ ପୁନର୍ବାର ଜାତୀୟ କଂଗ୍ରେସର ଅଧ୍ୟକ୍ଷ କରିବାକୁ ଦାବି ଉଠିଲା

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଜାତୀୟ କଂଗ୍ରେସର ଅଧ୍ୟକ୍ଷ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦାବି କରିଛନ୍ତି । ସୂତ୍ର ଅନୁଯାୟୀ, ଆଜି ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ଅଶୋକ ଗେହଲଟ ଦଳର କମାଣ ରାହୁଲଙ୍କ ହାତରେ ପୁଣି ଥରେ ଦେବା ଉଚିତ ବୋଲି ଦାବି ଉପସ୍ଥାପନ କରିଥିଲେ । ଗେହଲଟଙ୍କ ଏହି ପ୍ରସ୍ତାବକୁ ଯୁବ କଂଗ୍ରେସ ସଭାପତି ଶ୍ରୀନିବାଶ ବିଭି ମଧ୍ୟ ସମର୍ଥନ କରିଥିଲେ ଓ କହିଥିଲେ, ଏଆଇସିସି ଏକ ଭର୍ଜ୍ରୁଆଲ ସେସନ ଡାକଉ ଓ ସେଥିରେ ଦଳର ଅଧ୍ୟକ୍ଷ ଭାବେ ରାହୁଲ ଦାୟିତ୍ୱ ଦେଉ ।
୨୦୧୭ରେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଗତ ୨୦୧୯ ସାଧାରଣ ନିର୍ବାଚନରେ ଦଳର ନୈରାଶ୍ୟଜନକ ହାର ପାଇଁ ନିଜକୁ ଦାୟୀ କରି ଏହି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷାର ଦାୟିତ୍ୱ ତୁଲାଇ ଆସୁଛନ୍ତି ।

Related posts

ପ୍ରବାସୀ ଶ୍ରମିକଙ୍କ ରେଳ ଭଡ଼ା ଦେବ କଂଗ୍ରେସ

mahabharatanews

ହାଇକୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଝଟକା, ଜେଲରେ ରହିବେ ଅରବିନ୍ଦ କେଜ୍ରିୱାଲ

mahabharatanews

ଗାନ୍ଧି ପରିବାରରେ ବାଜିବ ବିବାହ ଶାହାନାଇ

mahabharatanews