ଓଡିଶା

୨୫ରେ ସୃଷ୍ଟି ହେବ ଏକ ଘୁର୍ଣ୍ଣିବଳୟ

(ଭୁବନେଶ୍ୱର) : ୨୫ ତାରିଖ ବେଳକୁ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଉ ୨୩ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ସମ୍ଭାବନା ଅଛି।ସେହିପରି ସକ୍ରିୟ ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଛି ।

 

ସୂଚନାନୁଯାୟୀ , ଅନ୍ୟପଟେ  ଉପର ମୁଣ୍ଡରେ ଲଗାଣ ବର୍ଷା ହେତୁ  ଫୁଲିବାରେ ଲାଗିଛି ବୈତରଣୀ ନଦୀ ।ବିପଦ ସଙ୍କେତ ୁପରେ ପ୍ରବାହିତ ହେଉଛି ନଦୀ । ଭଦ୍ରକ ଜିଲ୍ଲା ଆଖୁଆପଡ଼ାରେ ବିପଦ ସଙ୍କେତ ଟପିଛି ବୈତରଣୀ । ଯାହାଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅଧିକ ବର୍ଷା ହେଲେ ନଦୀବନ୍ଧର ବଳକା ଅଂଶ ଧସିଯାଇ ଜନବସତିକୁ ବନ୍ୟାପାଣି ମାଡ଼ିଯିବାର ଆଶଙ୍କା ରହିଛି । ଗତକାଲି ଦଶରଥପୁର ବ୍ଲକ୍ କମାରଢିହି ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ନିକଟରେ ବୈତରଣୀ ନଦୀବନ୍ଧ ପ୍ରାୟ ୨୦୦ ଫୁଟ ଧସି ଯାଇଥିଲା । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

Related posts

ଓଡ଼ିଶାର ୧୪ ଟି ଜିଲ୍ଲାର ଆନ୍ତଃ- ରାଜ୍ୟ ରେ ଲାଗି ରହିଛି ସୀମା ବିବାଦ

mahabharatanews

ସୁନ୍ଦରଗଡ଼ ଦୁର୍ଘଟଣା: ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ଘୋଷଣା 

mahabharatanews

ଆଜାଦୀ କା ଅମୃତ ମହୋତ୍ସବ ଲାଗି ତ୍ରିରଙ୍ଗା ଯାତ୍ରା

mahabharatanews