ଓଡିଶା

ଆଜାଦୀ କା ଅମୃତ ମହୋତ୍ସବ ଲାଗି ତ୍ରିରଙ୍ଗା ଯାତ୍ରା

ସୁବର୍ଣ୍ଣପୁର: ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସୁବର୍ଣ୍ଣପୁର ସହରରେ ବାଲାଜୀ ମନ୍ଦିର ପରିସରରୁ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ଯୁବନେତା ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ମନ୍ଦିର ପରିସରରୁ ବାହାରି ସ୍ଥାନୀୟ ବ୍ଲକ ଛକ ସନ୍ନିକଟ ବଜାର ସହ ନଗର ପରିକ୍ରମା କରିଥିଲେ। ଯାତ୍ରା ପ୍ରାରମ୍ଭରେ ପ୍ରଥମେ ବାଲାଜୀ ଠାକୁରଙ୍କୁ ଆଳତୀ କରାଯାଇଥିଲା। ଏହାପରେ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ ପ୍ରଦାନ କରାଯାଇଥିଲା। ଏହା ପରେ ଭାରତ ମାତା କୀ ଜୟ, ବନ୍ଦେ ମାତରଂ ଇତ୍ୟାଦି ଧ୍ୱନିରେ ସାରା ସହର ପ୍ରକମ୍ପିତ ହୋଇଥିଲା। କାର୍ଯ୍ୟକ୍ରମରେ ଯାଦବ ସମାଜର ସମ୍ପାଦକ ତଥା ବିଜେପି ନେତା ବଳରାମ ସିଂ ଯାଦବ, କେସରିୟା ହିନ୍ଦୁ ବାହିନୀର ସଭାପତି ବ୍ୟାସଦେବ ମିଶ୍ର, ଜନସଂଖ୍ୟା ଫାଉଣ୍ଡେସନର ସଭ୍ୟ ଶ୍ରଦ୍ଧାଞ୍ଜଳି ମିଶ୍ର, ସୁରେଶ ମିଶ୍ର, ଗୌର ନାୟକ, ବାପି ଦାଶ, ଶ୍ରୀନିବାସ ମିଶ୍ର, ସୁରେଶ ପାତ୍ର, ଜିତେନ୍ଦ୍ର ମହାପାତ୍ର, କେଶବ ସାହୁ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।

Related posts

ସଂକ୍ରମଣ ରୋକିବାକୁ ତାସ ପାଲି ନ ପକାଇବା କହିଲେ ବାଗଚୀ

mahabharatanews

ଭିଜିଲାନ୍ସ ଜାଲରେ ହର୍ଟିକଲଚର ମାଳୀ

mahabharatanews

ଆଜିଠୁ ନକ୍ସଲଙ୍କ ସହିଦ ସପ୍ତାହ: ମାଲକାନଗିରିରେ ହାଇଆଲର୍ଟ

mahabharatanews