ଭାରତ

ପ୍ରବଳ ବର୍ଷା : ୪୧ ଚାରିଧାମଯାତ୍ରୀ ମୃତ

(ଉତ୍ତରାଖଣ୍ଡ) : ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଲୋକମାନେ ଫସି ରହିଛନ୍ତି। ଏଯାବତ୍ ଚାରିଧାମ ଯାତ୍ରାରେ ବାହାରିଥିବା ୪୧ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସବୁଠୁ ଅଧିକ କେଦାରନାଥ ଯାଉଥିବା ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ସେହିପରି ଯମୁନେତ୍ରୀରେ ୧୪, ବଦ୍ରିନାଥରେ ୮ ଏବଂ ଗଙ୍ଗୋତ୍ରୀରେ ୪ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସଂଖ୍ୟା ସୀମିତ ରଖାଯାଇଛି। ଏବେ ବଦ୍ରିନାଥରେ ଦୈନିକ ୧୬ ହଜାର, କେଦାରନାଥରେ ୧୩ ହଜାର, ଗଙ୍ଗୋତ୍ରୀରେ ୮ ହଜାର ଯାତ୍ରୀ ଦର୍ଶନ କରିବା ପାଇଁ ଆସୁଛନ୍ତି। ସୂଚନାନୁଯାୟୀ, ଆଜି ବର୍ଷା କମିବାରୁ ସକାଳ ୬ଟାରୁ ପୁଣି ଥରେ ବଦ୍ରିନାଥ ଯାତ୍ରା ଆରମ୍ଭ ହୋଇଛି। ହେଲେ ବର୍ଷା କାରଣରୁ ଗୌରୀକୁଣ୍ଡ ରାସ୍ତା ବନ୍ଦ ଅଛି। ଲୋକମାନେ ରାସ୍ତା ଉପରେ ଫସି ରହିଛନ୍ତି। ଅପର ପକ୍ଷରେ ବଦ୍ରିନାଥ ଜାତୀୟ ରାଜପଥରେ ହନୁମାନ ଚଟ୍ଟୀରୁ ବଦ୍ରିନାଥ ମଧ୍ୟରେ ଲାମବଗଡ଼, ଖଚଡ଼ାରେ ଭୂସ୍ଖଳନ ଯୋଗୁଁ ଯାତ୍ରା ବନ୍ଦ ଅଛି।

Related posts

ବିଜେପିରେ ଯୋଗ ଦେଲେ ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି

mahabharatanews

ମହାରାଷ୍ଟ୍ରରରେ ଭୂକମ୍ପର ଝଟକା

mahabharatanews

ଆଦିତ୍ୟ-ଏଲ୍‌୧; ଆଜି ତିହାସ ରଚିବ ଭାରତ !

mahabharatanews