ଓଡିଶା

ରାଜ୍ୟରେ ଜାରି ରହିବ ବର୍ଷା

ଭୁବନେଶ୍ବର : ରାଜ୍ୟର ଏବେ ପ୍ରାୟ ଜିଲ୍ଲାରେ ବର୍ଷା ଜାରି ରହିଛି । ଅବପାତ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଦୁର୍ବଳ ହୋଇ ଏକ ଲଘୁଚାପରେ ପରିଣତ ହୋଇଛି। କିନ୍ତୁ ଲଘୁଚାପର କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ। ଅନ୍ୟପଟେ ମୌସୁମୀଜନିତ ନିମ୍ନଚାପ ରେଖା ଉତ୍ତରପୂର୍ବ ବଙ୍ଗୋପସାଗର ଆଡ଼କୁ ଲମ୍ବିଛି। ଫଳରେ ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀର ଶକ୍ତିଶାଳୀ ପ୍ରବାହ ଜାରି ରହିଛି। ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ତ୍ତମାନ ମୌସୁମୀଜନିତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ୧୪ ତାରିଖ ଦିନ କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବ। ମଝିରେ ମଝିରେ ବର୍ଷା ସମ୍ଭାବନା ମଧ୍ୟ ରହିଛି।

Related posts

ଓଡି଼ଶା ପଖାଳକୁ ମିଳୁ ଜିଆଇ ଟ୍ୟାଗ ମାନ୍ୟତା

mahabharatanews

ଋକ୍ଷକ ସାଜିଲା ଭକ୍ଷକ: ବିଜେପି

mahabharatanews

୮୦ଟି ପରୀକ୍ଷା କେନ୍ଦ୍ରରେ ଚାଲିଛି ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା

mahabharatanews