(ଭୁବନେଶ୍ୱର) : ଗତ କିଛି ଦିନ ଧରି ରାଜ୍ୟରେ ଦିନର ତାପମାତ୍ରା ବଢିବାରେ ଲାଗିଛି । କିନ୍ତୁ ଆଜି ଠାରୁ ପାଗ ବଦଳିବ । ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ବି ହୋଇପାରେ । ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବା ସମ୍ଭାବନା ନାହିଁ । ଅପରପକ୍ଷରେ ବର୍ତ୍ତମାନ ତୁଳନାରେ ତାପମାତ୍ରା ୨-୩ ଡିଗ୍ରୀ କମିବା ସମ୍ଭାବନା ଅଛି ।
ସୂଚନାନୁଯାୟୀ , ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଶନିବାର ଉତ୍ତର ଉପକୂଳ ଓଡ଼ିଶା ସହ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, କନ୍ଧମାଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, କଳାହାଣ୍ଡି, କନ୍ଧମାଳର ଅଳ୍ପ କେତେକ ସ୍ଥାନରେ ଏବଂ ଦକ୍ଷିଣ ଉପକୂଳ ଏବଂ ରାୟଗଡ଼ା, କୋରାପୁଟର ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା ଅଛି । ପ୍ରାୟ ୬ଦିନ ଯାଏଁ ବର୍ଷା ଲାଗି ରହିବ । ମେଘୁଆ ପାଗ ଯୋଗୁଁ ଦିନର ତାପମାତ୍ରା କମିବାର ଆଶଙ୍କା ରହିଛି । ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କଟକ, ବୌଦ୍ଧ, କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । ମୁଖ୍ୟତଃ ବର୍ଷାର ପରିମାଣ ପ୍ରାୟତଃ ହାଲୁକା ରହିବ ।