ଓଡିଶା

ବନ୍ଧୁକ ମୁନରେ ୨ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟିଲେ ଦୁର୍ବୃତ୍ତ

(ମହାଭାରତ, ସୋର): ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ମାତ୍ର କିଛିଦିନର ବ୍ୟବଧାନ ପରେ ଲୁଟେରାମାନେ ପୁଣି ଥରେ ଆତଙ୍କ ଖେଳାଇଛନ୍ତି । ଦିବାଲୋକରେ ବିଚ୍ ରାସ୍ତା ଉପରେ ଦୁଇ ମହିଳା ଫାଇନାନ୍ସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୃତ୍ତ ଟଙ୍କା ଲୁଟି ନେଇଛନ୍ତି । ସୂଚନା ଅନୁଯାୟୀ, ସୋର ଥାନା ଅଧିନ ଦହିସଡା ଛକ ନିକଟରେ ୨ ଜଣ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ହୋଇଛି । ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କଠାରୁ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ଦହିସଡା ଛକ ନିକଟରେ ୨ଟି ବାଇକରେ ୪ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଝାମ୍ପି ନେଇଥିଲେ । ବନ୍ଧୁକ ମୁନରେ ମହିଳା ଦ୍ୱୟଙ୍କୁ ଡରାଇ ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେଇଥିବା ତଦନ୍ତରୁ ସୂଚନା ମିିଳିଛି । ସୋର ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Related posts

ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ବିପୁଳ ସମ୍ପତ୍ତି, ଚାଲିଛି ରେଡ୍

mahabharatanews

୭ମ ତମ ଶ୍ରାଦ୍ଧ ବାର୍ଷିକୀରେ ମନେ ପଡ଼ନ୍ତି ମହାନ ଜନନାୟକ ଜାନକୀ

mahabharatanews

କୋଣାର୍କ ‘ଝୁଲଣ’ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

mahabharatanews