ଓଡିଶା

ରାଇରଙ୍ଗପୁର ଠାରେ ସାନ୍ତାଳ ଆଦିବାସୀ ମାନଙ୍କର ନୂତନ ବର୍ଷ ଉପଲକ୍ଷେ ବନ୍ଧୁ ମିଳନ

(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: “ଖେରଆଳ ଭତୁନାୱ ଗାଉଁତା”ସଂଘ ତରଫରୁ ରାଇରଙ୍ଗପୁର ବ୍ଳକ ପଡ଼ିଆରେ ସାନ୍ତାଳ ଆଦିବାସୀ ମାନଙ୍କ ମାଘ ମାସର ପ୍ରଥମ ଦିନକୁ ନୂତନ ବର୍ଷର ପ୍ରଥମ ଦିବସ ଭାବେ ମହାଆଡ଼ମ୍ବରରେ ପାଳନ କରାଯାଇଅଛି । ସଂଘର ସଭାପତି ଦାସମାତ ହାଁସଦାଃଙ୍କ ସଭାପତିତ୍ୱରେ ଅ।।ୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଆର.ସି.ଟୁଡ଼ୁ,ସଂଘର ଉପସଭାପତି ଶାଙ୍ଖ ହେମ୍ବ୍ରମ,ସମ୍ପାଦକ,ସହ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଶାଳଗଛ ମୂଳେ ଓ ପଣ୍ଡିତ ରଘୁନାଇ ମୁର୍ମୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇଥିଲେ । ସଭାରେ ଅତିଥି ମାନେ ଏହି ଦିବସର ପାଳନା ଉଦ୍ଦେଶ୍ୟ ଓ ସାରନା ଧର୍ମ ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ସାନ୍ତାଳ ଦେବୀ ପ୍ରଶନ୍ନ ବେଶ୍ରା ଆଦିବାସୀ ଖେରୱାଳ ଓ ସାରନା ଧର୍ମ ମଧ୍ୟରେ ଥିବା ଭ୍ରାନ୍ତ ଧାରଣକୁ ଦୂର କରିବା ପାଇଁ ବକ୍ତବ୍ୟ ରଖିଥିଲେ । ନନ୍ଦଲାଲ କିସ୍କୁ ବିଭିନ୍ନ ପାରମ୍ପରିକ ଗୀତ ମାଧ୍ୟମରେ ସାନ୍ତାଳ ପରମ୍ପରାକୁ ବୁଝାଇଥିଲେ । ଉକ୍ତ ସଭାରେ ରାଇରଙ୍ଗପୁରରେ ଥିବା ୧୧୯ ସାନ୍ତାଳ ପରିବାରର ପ୍ରାୟ ୬୦୦ଲୋକଙ୍କର ସମାଗମ ହୋଇଥିଲା । ସଂଘର ସହ ସମ୍ପାଦକ ଗୋପିନାଥ ହେମ୍ବ୍ରମ ମଞ୍ଚ ପରିଚାଳନା କରିଥିବା ବେଳେ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଲକ୍ଷବଚ୍ଚ କୁମାର ମାର୍ଣ୍ଡି,ତିରିଂ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଫାଗୁନ ହାଁସଦାଃ,ଶିକ୍ଷକ ବାଲାଇ ଟୁଡ଼ୁ,ଜାସମି ହେମ୍ବ୍ରମ,ସୁଶେନ କିସ୍କୁ ସଭା କାର୍ଯ୍ୟରେ ସହଯୋଗ କରିଥିଲେ । ସଭା କାର୍ଯ୍ୟ ପରେ ସାନ୍ତାଳ ସମ୍ପ୍ରଦାୟର ସାଂସ୍କୃତିକ କାର୍ଯ୍ୟ କର୍ମରେ ସମସ୍ତ ସଦସ୍ୟ,ସଦସ୍ୟା ନାଚଗୀତ କରିଥିଲେ । ଶେଷରେ ଶିକ୍ଷକ ବାଲାରେ ଟୁଡ଼ୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟକୁ ସାଙ୍ଗ କରାଯାଇଥିଲା ।

Related posts

ଓଡିଶାରେ ବଢୁଛି ସାଇବର କ୍ରାଇମ୍

mahabharatanews

ଜିଲ୍ଲା ଯୁବ ଅଧିବକ୍ତା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

mahabharatanews

୩ରୁ ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷା

mahabharatanews

Leave a Comment