ରାଇରଙ୍ଗପୁର : ପୁର୍ବତନ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ନାଁ ରେ ଆସିଲା ସଙ୍ଗୀନ ଅଭିଯୋଗ । ସରକାରୀ ବାସଭବନରେ ପ୍ରାକ୍ତନ ବିଇଓ ବାବୁଙ୍କ ଚାଲିଥିଲା ରାଜ୍ । ସରକାରି କ୍ୱାଟରକୁ ନିଜ ଘର ଭାବି ତାଡି ନେଲେ ସବୁ ଜିନିଷ । ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି । ଖବର ଅନୂଯାୟୀ ପ୍ରକାଶ ଚନ୍ଦ୍ର ମହାଳିକଙ୍କର ବାଲେଶ୍ଵର ଜିଲ୍ଲାର ସିମୁଳିଆ ଗୋଷ୍ଠୀ ଅଧିକାରୀ ଭାବେ ବଦଳି ହୋଇଯାଇଛି । ବଦଳି ହେବା ଫଳରେ ପ୍ରକାଶ ଚନ୍ଦ୍ର ମହାଳିକ ତାଙ୍କର ଆସଵାଵପତ୍ର ସହସରକାରୀ ବାସଭବନରୁ ବେସିନ୍,ପାଣି ପାଇପ୍,ସୁଇଚ୍ ବୋର୍ଡ,ପାଣି ଟାଙ୍କି,ଝରକାରେ ଲାଗିଥିବା ଲୁହା ଆଦି କାଟି ନେଇଯାଇଛନ୍ତି ।
ଏହା ବେଆଇନି କାର୍ଯ୍ୟ ହୋଇଥିବାରୁ ଜଣେ ଶିକ୍ଷା ବିଭାଗର ବରିଷ୍ଠ ଉଚ୍ଚ ପଦସ୍ଥ ଶିକ୍ଷା ଅଧିକାରୀ ଅଫିସର ହୋଇ ଏପରି ଘୃଣ୍ୟ କାମ କଲ କିପରୀ । ଯାହା ସାଧାରଣରେ ପଶ୍ନ ସୃଷ୍ଟି କରୁଛି । ଶ୍ରୀ ମହାଳିକଙ୍କ ଅନୈତିକ ବା ବେଆଇନ କାର୍ୟ୍ୟରେ ଝରାଡିହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାକିରୀ ପାଇଥିବା ସ୍ମୃତିରଂଜନ ପାଣି ପୂର୍ବରୁ ଯିଏ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଡେପୁଟେସନ ଦୀର୍ଘଦିନ ଥିଲେ, ସେ ତାଙ୍କୁ ସହଯୋଗ କରୁଥିଲେ । ଯାହା ଦୁଭାଗ୍ୟଜନକ ଅଟେ । ଜିଲ୍ଲା ପ୍ରଶାସକ ଓ ରାଜ୍ୟ ପ୍ରଶାସକ ଏହାର ସତ୍ୟାସତ୍ୟ ସାମନାକୁ ଆଣି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପୂର୍ବତନ ପ୍ରହଲ୍ଲାଦ ପୂର୍ତ୍ତି ଅଭିଯୋଗ କରିଛନ୍ତି । ନହେଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।