ଓଡିଶା

ଟ୍ରାକ୍ଟର ଓଲଟି ୨ ମୃତ, ୧ ଗୁରୁତର

(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବଡହଳଦୀଗଣ୍ଡି ଗାଁ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରାକ୍ଟର ଓଲଟି ୨ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ବଡହଳଦୀଗଣ୍ଡି ଗାଁରୁ ଧାନ ଅମଳ କରି ରାଇବଣିଆ ଥାନା କୁଞ୍ଜବଣିଆ ଗାଁର ୩ ଜଣ ଯୁବକ ଫେରିବା ବେଳେ ରାସ୍ତାରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Related posts

୨.୬ କୋଟି ଲୋକ ଭାରତରେ ଏପର୍ଯ୍ୟନ୍ତ ନେଇନାହାନ୍ତି ଗୋଟିଏ ବି କରୋନା ଟୀକା

mahabharatanews

୪ ଦିନ ଯାଏ ପାଗ ଶୁଖିଲା 

mahabharatanews

ଦାଦା ବଟିକୁ ନେଇ ବସ୍ତିରେ ବୁଲିଲା ଖଣ୍ଡା

mahabharatanews