ଆଇପିଏଲ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସକୁ ଆମେରିକାର ପ୍ରବାସୀ ଭାରତୀୟ ଉଦ୍ୟୋଗୀ ରାଜ୍ ସୋମାନିଙ୍କ ନେତୃତ୍ବାଧୀନ ଏକ କନସୋର୍ଟିୟମ୍ (ନିବେଶକ ଗୋଷ୍ଠୀ) କିଣିଛନ୍ତି । ୧.୬୩ ବିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧୫,୩୦୦ କୋଟି ଟଙ୍କା ବିନିମୟରେ ରାଜସ୍ଥାନ ରୟାଲ୍ସକୁ ଅଧିଗ୍ରହଣ କରିଛନ୍ତି ବୋଲି ଜଣାପଡିଛି । ଏହି ବିକ୍ରୟ ଆଗାମୀ ଆଇପିଏଲ ୨୦୨୬ ସିଜିନ୍ ପରେ କାର୍ଯ୍ୟକାରୀ ହେବ ।

୨୦୦୮ରେ ଆଇପିଏଲ ଚାମ୍ପିଅନ ହୋଇଥିବା ରାଜସ୍ଥାନ ରୟାଲ୍ସର ବର୍ତ୍ତମାନର ମାଲିକ ମନୋଜ ବଦାଲେ, ରେଡବାର୍ଡ କ୍ୟାପିଟାଲ୍ ଓ ଲଚଲନ୍ ମୁର୍ଡକ୍ ଗତ ଛଅ ମାସ ହେଲା ଏହି ଫ୍ରାଞ୍ଚାଇଜ୍ ବିକ୍ରି ପାଇଁ ଆଲୋଚନା ଚଳାଇଥିଲେ । ଏହି ଫ୍ରାଞ୍ଚାଇଜ୍ କିଣିବା ଦୌଡ଼ରେ ବିରଲା ଗ୍ରୁପ୍ ଓ ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ୍ ମଧ୍ୟ ସାମିଲ ଥିଲା ।

