ଖେଳବିଶ୍ୱଭାରତ

ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

ମୁମ୍ବାଇ : ପ୍ରଥମ ଥର ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା। ସେ ଆମେରିକାରେ ଚାଲିଥିବା ଏହି ଚାମ୍ପିୟନଶିପ୍‌ର ଗ୍ରୁପ୍‌ ରାଉଣ୍ଡର ପ୍ରଥମ ପ୍ରୟାସରେ ହିଁ ୮୮.୩୯ ମିଟର ଜାଭେଲିନ୍‌ ଫିଙ୍ଗି ଫାଇନାଲର ଟିକେଟ୍‌ ପକ୍କା କରିଛନ୍ତି।୨୪ ବର୍ଷୀୟ ନୀରଜଙ୍କର ଏହା ହେଉଛି ତୃତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଫାଇନାଲ ରାଉଣ୍ଡ ଭାରତୀୟ ସମୟ ଅନୁସାରେ ରବିବାର ସକାଳ ୭ଟା ୫ରେ ଆରମ୍ଭ ହେବ। ଓ୍ଵାର୍ଲ୍ଡ ଚାମ୍ପିୟନଶିପ୍‌ର ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟ୍‌ରେ ଖେଳାଳିମାନଙ୍କୁ ଦୁଇଟି ଗ୍ରୁପ୍‌ରେ ରଖାଯାଇଥିଲା। ଏହି ଦୁଇଟି ଗ୍ରୁପ୍‌ରୁ ଶ୍ରେଷ୍ଠ-୧୨ ଖେଳାଳି ଫାଇନାଲ ଖେଳିବେ।

ଅଟୋମେଟିକ୍‌ କ୍ୱାଲିଫିକେସନ ପାଇଁ ୮୩.୫୦ ମିଟରର ମାପଚିହ୍ନ ଧାର୍ଯ୍ୟ କରାଯାଇଥିଲା। ନୀରଜ ନିଜର ପ୍ରଥମ ପ୍ରୟାସରେ ହିଁ ଏହି ଚିହ୍ନକୁ ଅତିକ୍ରମ କରି ଫାଇନାଲରେ ପ୍ରବେଶ କରିଥିଲେ। ସେ ଗ୍ରୁପ୍‌-ଏରେ ଥିଲେ। ଏଥି ପୂର୍ବରୁ ନୀରଜ ବର୍ଷ ୨୦୧୭ରେ ଲଣ୍ଡନରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପ୍‌ରେ ଖେଳିଥିଲେ। ଏଠାରେ ଗ୍ରୁପ୍‌ ରାଉଣ୍ଡରେ ସେ ଜାଭେଲିନ୍‌ରେ ୮୨.୨୬ ମିଟରର ଦୂରତା ହିଁ ତୟ କରି ପାରିଥିଲେ। ଏମିତିରେ ସେ ଫାଇନାଲରେ ଏଣ୍ଟ୍ରି କରିପାରି ନ ଥିଲେ। ଏହାପରେ ବର୍ଷ ୨୦୧୯ରେ ଦୋହାରେ ହୋଇଥିବା ଚାମ୍ପିୟନଶିପ୍‌ରେ ସେ କହୁଣୀରେ ସର୍ଜରୀ କାରଣରୁ ଭାଗ ନେଇପାରି ନ ଥିଲେ।

Related posts

ବେଙ୍ଗାଲୁରୁ ଦଳର ଘରୋଇ ଗ୍ରାଉଣ୍ଡକୁ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନ ପାଇଁ ଅନୁମତି ପ୍ରଦାନ

mahabharatanews

ଆଜି ତେଜସ୍ଵୀଙ୍କୁ ପଚରାଉଚରା କରିବ ଇଡି 

mahabharatanews

ୟୁକ୍ରେନ ଉପରେ ରୁଷର କ୍ଷେପଣସ୍ତ୍ର ଆକ୍ରମଣ

mahabharatanews