ଓଡିଶା

ଅନୁଷ୍ଠିତ ହେଲା ଚତୁର୍ଦ୍ଧାମୂର୍ତ୍ତୀଙ୍କ ରାଜେନ୍ଦ୍ରାଭିଷେକ ନୀତି

(ପୁରୀ) :  ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହୋଇଛି । ସଂଧ୍ୟାଧୂପ ନୀତି ଶେଷ ପରେ ଆଜ୍ଞାମାଳ ପାଇ ମହପ୍ରଭୁଙ୍କ ଚଳନ୍ତି ପ୍ରତିମା ମହନମୋହନ ଖଟ ଉପରକୁ ବିଜେ କରିବାର ରହିଛି ପରମ୍ପରା । ଜ୍ୟେଷ୍ଠ ଶୁକ୍ଳ ଦଶମୀ ଦିନ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ରାଜେନ୍ଦ୍ରାଭିଷେକ ନୀତି ପାଳନ କରାଯାଇଥାଏ ।

ସୂଚନାନୁଯାୟୀ , ଆଜି ସଂଧ୍ୟାଧୂପ ନୀତି ଶେଷ ପରେ ଆଜ୍ଞାମାଳ ପାଇ ମହପ୍ରଭୁଙ୍କ ଚଳନ୍ତି ପ୍ରତିମା ମହନମୋହନ ଖଟ ଉପରକୁ ବିଜେ କରିବେ । ଏହା ପରେ ଭିତର ଶୋଧ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନକୁ ସମ୍ପୂର୍ଣ୍ଣ ଅନ୍ଧାର କରି ଦିଆଯିବ । ଏହି ସମୟରେ ମହପ୍ରଭୁଙ୍କର ଆଲଟ ସେବା କରାଯାଇଥାଏ । ଏହା ପରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ସାରି ମଦନମୋହନ ଘଣ୍ଟ, ଛତା, କାହାଳି ଏବଂ ପଟୁଆର ମଧ୍ୟରେ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ ।

Related posts

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା

mahabharatanews

ଶିମିଳିପାଳ ଜଙ୍ଗଲରେ ନିଆଁ

mahabharatanews

ରତ୍ନସିଂହାସନରୁ ପଥର ଚୋରି ଅଭିଯୋଗ

mahabharatanews