Uncategorized

ରଜନୀକାନ୍ତ ସୁସ୍ଥ, ହସ୍ପିଟାଲରୁ ଡିସ୍ଚାର୍ଜ

ହାଇଦ୍ରାବାଦ : ସାଉଥର ଲୋକପ୍ରିୟ ସିନେ ତାରକା ରଜନୀକାନ୍ତଙ୍କୁ ହାଇଦ୍ରାବାଦର ଆପୋଲ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି । ଉଚ୍ଚ ରକ୍ତଚାପଜନିତ ସମସ୍ୟା ହେତୁ ଶୁକ୍ରବାର ଦିନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାରୁ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି । ହସ୍ପିଟାଲ ପକ୍ଷରୁ ରବିବାର ଦିନ କୁହାଯାଇଥିଲା ଯେ ଅଭିନେତା ରଜନୀକାନ୍ତଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟରେ କିଛି ବି ଚିନ୍ତା ଜନକ ସମସ୍ୟା ନାହିଁ । ରକ୍ତଚାପରେ ପରିବର୍ତ୍ତନ ହେତୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ୭୦ ବର୍ଷର ରଜନୀକାନ୍ତଙ୍କ ଫିଲ୍ମ ଆନ୍ନାଥେ ସେଟରେ ଥିବା ୭ ଜଣ କ୍ରୁ ସଦସ୍ୟ କରୋନା ସଂକ୍ରମିତ ହୋଇଥିଲେ । ରଜନୀକାନ୍ତଙ୍କର ମଧ୍ୟ କୋଭିଡ ପରୀକ୍ଷଣ କରାଯାଇଥିଲା । ରିପୋର୍ଟ ନେଗେଟିଭ ଆସିଥିଲା । ତାଙ୍କର ଉଚ୍ଚ ରକ୍ତଚାପ ଏବଂ ଥକାପଣ ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଗତ ୧୦ ଦିନ ଧରି ହାଇଦ୍ରାବାଦରେ ଏକ ସୁଟିଂ କରୁଥିଲେ ।

ଡାକ୍ତରଙ୍କ ଏକ ଟିମ୍ ରବିବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିଥିଲେ । ଏହା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି । ଆଜି ଅଭିନେତା ରଜନୀକାନ୍ତ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି । ଡାକ୍ତରମାନେ କହିଚନ୍ତି ରଜନୀକାନ୍ତଙ୍କ କୌଣସି ପ୍ରକାରର ଚାପ ନ ଦେବାକୁ ପରାମର୍ଶ ଦେଇଛନ୍ତି ।

Related posts

ଲିକ୍ ହେଲା ଫିଲ୍ମ ‘ବ୍ରହ୍ମାସ୍ତ୍ର’ଗୀତ ଭିଡିଓ, ଡ୍ୟାନ୍ସ କରୁଥିବା ନଜର ଆସିଲେ ଆଲିଆ-ରଣବୀର

mahabharatanews

ନରେଲା ଶିଳ୍ପାଞ୍ଚଳ ଜୋତା କାରଖାନାରେ ଅଗ୍ନିକାଣ୍ଡ

mahabharatanews

ଶସ୍ତାରେ ମାସ୍କ, ସାନିଟାଇଜର ବିକିବା ପାଇଁ କେନ୍ଦ୍ରର ନିର୍ଦ୍ଦେଶ

mahabharatanews