Uncategorized

ଧରା ପଡି ଛେଚା ଖାଇଲା ଚୋର

ଉଦଳା /ଦୀପକ ମିଶ୍ର : ସବୁଦିନ ନ ଥାଏ ଚାନ୍ଦିନୀ ରାତି । ଆଗରୁ ବାରମ୍ବାର ଆସି ବାଇକ ଚୋରି ଖସିଯିବାରେ ସମର୍ଥ ହୋଇଥିବା ଲୁଟେରା ହେଲେ ଆଜି ଧରାପଡିଗଲେ ଜନସାଧାରଣଙ୍କ ହାବୁଡରେ । ଆଉ ଯେତେବେଳେ ଜନତାଙ୍କ ହାତରେ ପଡିଗଲା ଲୁଟେରା ସେତେବେଳେ ଖାଇଲା ନିର୍ଘାତ ଛେଚା । ଏଭଳି ଘଟଣା ଘଟିଛି ଉଦଳା ଥାନା ସ୍ଥାନୀୟ କୃଷକ ବଜାର ନିକଟରେ । ଆଜି କୃଷକ ବଜାର ନିକଟରେ ଜଣେ ଯୁବକ ବାଇକ ଚୋରି କରୁଥିବା ବେଳେ ବାଇକର ମାଲିକ ସେଠାରେ ପହଂଚିଯାଇଥିଲେ । ସେ ବାଇକ୍ ଲୁଟ୍ ହେଉଥିବ ଜାଣିପାରି ପାଟି କରିବା ପରେ ଲୋକେ ରୁଣ୍ଡ ହୋଇଯାଇଥିଲେ । ଏବଂ ଲୁଟେରାକୁ ଧରି ନିର୍ଘାତ୍ ଛେଚିଥିଲେ ।

ଖବର ପାଇ ଉଦଳା ପୋଲିସ୍ ଘଟଣାସ୍ଥଳରେ ପହଂଚି ଲୁଟେରାକୁ ଲୋକଙ୍କ କବଳରୁ ଉଦ୍ଧାର କରିଛି । ଲୁଟେରାକୁ ଗିରଫ କରିବା ସହିତ ପୋଲିସ୍ ବାଇକ ଚୋରିର ଖିଅ ଖୋଜୁଛି । ଗିରଫ ଯୂବକ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ନରହରିପୁରର ବିଜୟ କୁମାର ମହାନ୍ତି । ତେବେ ଏହି ଯୁବକ ଜଣକ ପୂର୍ବରୁ କୃଷକ ବଜାର ନିକଟରେ ବାଇକ୍ ଚୋରି କରୁଥିବାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଯେଉଁଥିରେ ଏହି ଲୁଟେରା ଜଣକ କିଭଳି ଜଣେ ବ୍ୟକ୍ତିଙ୍କ ବାଇକ୍ ଚୋରି କରୁଛି ତାହାର ସିସିଟିଭି ଭିଜୁଆଲ ଦେଖନ୍ତୁ । ତେବେ ଗିରଫ ଲୁଟେରାଙ୍କ ସହିତ ଅନ୍ୟ ଜଣେ ଯୁବକ ଆସିଥିବା ବେଳେ ସେ ଘଟଣାସ୍ଥଳରୁ ଖସିଯାଇଥିବା ଜଣାଯାଇଛି ।

Related posts

ଓଡ଼ିଶା ଅଗ୍ନିଶମର ନୂଆ ଅଧ୍ୟାୟ

mahabharatanews

ପାଟନାରେ ନୀତିଶ ନିଖୋଜ ପୋଷ୍ଟର

mahabharatanews

ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପୁଲିସର ଦମନଲୀଳାକୁ ସୁପ୍ରିମକୋର୍ଟଙ୍କ ନିନ୍ଦା

mahabharatanews