(ଦିଲ୍ଲୀ) : କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁରଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମାନହାନି ମାମଲା ନୋଟିସ୍ କରିଛନ୍ତି। ରାଜୀବଙ୍କ ଓକିଲ ଥରୁରଙ୍କ ନିକଟକୁ ଏ ବାବଦରେ ନୋଟିସ୍ ପଠାଇଛନ୍ତି। ନୋଟିସ୍ ସମ୍ପର୍କରେ ରାଜୀବ ଚନ୍ଦ୍ରଶେଖର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତିଯେ ଥରୁର ତାଙ୍କ ବିରୋଧରେ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ କରିଛନ୍ତି। ପ୍ରଭାବଶାଳୀ ଲୋକଙ୍କୁ ଟଙ୍କା ଦେଇ ଭୋଟରଙ୍କୁ ପ୍ରଭାବିତ କରାଯାଉଛି ବୋଲି ଥରୁରଙ୍କ ଅଭିଯୋଗ ଷଡ଼୍ଯନ୍ତ୍ରପୂର୍ଣ୍ଣ ଓ ଉଦ୍ଦେଶ୍ୟମୂଳକ ବୋଲି ଚନ୍ଦ୍ରଶେଖର କହିଛନ୍ତି।
ସୂଚନାନୁଯାୟୀ , ଥରୁରଙ୍କୁ ଦିଆଯାଇଥିବା ନୋଟିସ୍ରେ ରାଜୀବଙ୍କ ଓକିଲ କହିଛନ୍ତି ଯେ ୬ ଏପ୍ରିଲ୍ ୨୦୨୪ରେ ଏକ ନ୍ୟୁଜ୍ ଚାନେଲ୍ରେ ସେ (ଥରୁର) କରିଥିବା ସମସ୍ତ ଅଭିଯୋଗ ଓ ଆକ୍ଷେପକୁ ତୁରନ୍ତ ଫେରାଇନିଅନ୍ତୁ। ଏଥିପାଇଁ ତାଙ୍କ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ସର୍ବସାଧାରଣରେ ସର୍ତ୍ତବିହୀନ କ୍ଷମାଯାଚନା କରନ୍ତୁ।