ଭାରତ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ସୁପ୍ରିମ କୋର୍ଟ ଗଠନ କରିଛନ୍ତି ୫ ଜଣିଆ କମିଟି

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିର ତଦନ୍ତ କରିବାକୁ ସୁପ୍ରିମ କୋର୍ଟ ଏକ କମିଟି ଗଠନ କରିଛନ୍ତି । ଏହି ୫ ଜଣିଆ କମିଟିରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଅଧ୍ୟକ୍ଷ ରହିଥିବା ବେଳେ ଏନ୍ଆଇଏ ଡିଜି, ଚଣ୍ଡିଗଡର ଡିଜି ଓ ପଂଜାବର ଏଡିଜିପି ସିକ୍ୟୁରିଟି କମିଟିରେ ସଦସ୍ୟ ରହିଛନ୍ତି । କମିଟିକୁ ତୁରନ୍ତ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କମିଟି ତଦନ୍ତ କରିବା ସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଆଉ କି ପ୍ରକାଣ ପଦକ୍ଷେପ ନିଆଯାଇ ପାରିବ ତାର ସୁପାରିସ ମଧ୍ୟ କରିବ ।
ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ପଞ୍ଜାବର ଫିରୋଜପୁର ଗସ୍ତ କାଳରେ ତାଙ୍କ କାରକଡେକୁ ୧୫ରୁ ୨୦ ମିଟ ଅଟକାଇବାକୁ ହୋଇଥିଲା । କାରଣ ରାସ୍ତାରେ ଏକ କିଲୋମିଟର ଦୂରରେ ଚାଷୀମାନେ ଆନ୍ଦୋଳନ କରୁଥିଲେ । ଏହା ପରେ ସେଠାରୁ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ଫେରିଯିବାକୁ ହୋଇଥିଲା । ଘଟି ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

Related posts

ମଣିପୁର ହିଂସା : ସିବିଆଇ ତଦନ୍ତ ପାଇଁ ଅନୁମତି ଦେଲେ ଗୃହମନ୍ତ୍ରୀ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୩୬୨ ଆକ୍ରାନ୍ତ ଚିହ୍ନଟ ଓ ୬୬ ଜଣ ମୃତ

mahabharatanews

ଦୁର୍ଘଟଣାଗ୍ରସ୍ତ ବାୟୁସେନା ହେଲିକାପ୍ଟର ଏମ ଆଇ ୧୭ଭି୫ର ବ୍ଲାକ ବକ୍ସ ଉଦ୍ଧାର

mahabharatanews