ଓଡିଶା

ଆଜି ଓଡିଶା ଆସୁଛନ୍ତି  ରାଜନାଥ ସିଂ

(ଭୁବନେଶ୍ୱର) : ଆଜି ଦିନିକିଆ ଓଡ଼ିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ନବରଙ୍ଗପୁର, ବ୍ରହ୍ମପୁର, ବାରିପଦାରେ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ପ୍ରଥମେ ନବରଙ୍ଗପୁରରେ ବିଜେପି କୋର୍ କମିଟି ବୈଠକରେ ସାମିଲ ହେବେ ରାଜନାଥ । ବ୍ରହ୍ମପୁର ଆମ୍ବପୁଆରେ ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବେ ରାଜନାଥ । ବାରିପଦାରେ ସାଧାରଣ ସଭାରେ ଉଦବୋଧନ ଦେବେ ରାଜନାଥ ସିଂ।

ସୂଚନାନୁଯାୟୀ , ପୂର୍ବାହ୍ନ ୧୦ ଟାରେ ନୂଆଦିଲ୍ଲୀରୁ ଜଗଦଲପୁର ବିମାନ ଯୋଗେ ଆସି ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ନବରଙ୍ଗପୁର ଆସିବେ । ସେ ଏଠାରେ ୪ଟି ଲୋକସଭାର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗଦେବେ । ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲାର ବିଜେପି କାର୍ଯ୍ୟକର୍ତ୍ତାମାନେ ଯୋଗଦେବେ । ଏଥିପାଇଁ ଦଳ ପକ୍ଷରୁ ସର୍କିଟ ହାଉସ ପଡିଆରେ କାର୍ଯ୍ୟକ୍ରମ ପାଇଁ ଯୋଜନା କରାଯାଇଛି । ଏଠାରୁ ସେ କାର୍ଯ୍ୟକ୍ରମ ସାରି ବ୍ରହ୍ମପୁର ଓ ପରେ ବାରିପଦା ଯିବାର କାର୍ଯ୍ୟକ୍ରମ ରହିଛି ।

Related posts

ସ୍କ୍ରବ୍ ଟାଇଫସ ଆତଙ୍କ; ସୁନ୍ଦରଗଡ଼ରେ ସଂଖ୍ୟା ୪୦୩କୁ ବୃଦ୍ଧି 

mahabharatanews

କୂଅରେ ପଡିଯାଇଥିବା ଚିତା ବାଘକୁ ଉଦ୍ଧାର କଲା ବନ ବିଭାଗ

mahabharatanews

ବସ-ଗୋରୁ ବୋଝେଇ ଟ୍ରକ୍ ଧକ୍କା, ୭ ଆହତ

mahabharatanews