ମନୋରଞ୍ଜନ

ଆଖି ବୁଜିଲେ ୪୦ ବର୍ଷୀୟ ପ୍ରସିଦ୍ଧ ଗାୟକ ରାଜୁ 

(ହରିୟାଣା) ; ପରଲୋକରେ ପ୍ରସିଦ୍ଧ ଗାୟକ ରାଜୁ ପଞ୍ଜାବୀ । ଆଜି ଏକ ଘରୋଇ ଡାକ୍ତରଖାନାରେ  ୪୦ ବର୍ଷ ବୟସରେ  ତାଙ୍କର ଦେହାନ୍ତ ହୋଇଛି। ସେ ଏକ ଅଜଣା ରୋଗ ହେତୁ ରାଜୁ ପ୍ରାୟ ୧୦ ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ସୂଚନା ମିଳିଛି । ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଗାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସେ ଲେଖିଛନ୍ତି, ‘‘ରାଜୁ ପଞ୍ଜାବୀଙ୍କ ମୃତ୍ୟୁ ହରିଆଣାର ସଙ୍ଗୀତ ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି। ଈଶ୍ବର ତାଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ଓ ପରିଜନବର୍ଗଙ୍କୁ ସାହସ ପ୍ରଦାନ କରନ୍ତୁ।’’

 

ସୂଚନାନୁଯାୟୀ ,ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ଭେଣ୍ଟିଲେଟର ରଖା ଯାଇଥିଲା। ଗାୟକ ଧୀରେ ଧୀରେ ସୁସ୍ଥ ହେବାରୁ ତାଙ୍କୁ ଘରକୁ ପଠାଯାଇଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁନଶ୍ଚ ଖରାପ ହେବାରୁ ପୁଣି ଥ‌ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ରାଜୁ ପଞ୍ଜାବୀ ‘ଦେଶୀ ଦେଶୀ’, ‘ଆଛା ଲଗା ସେ’, ଏବଂ ‘ତୁ ଚିଜ୍ ଲାଜବାବ’ ପରି ହିଟ୍ ଗୀତ ପାଇଁ ବେଶ୍‌ ଜଣାଶୁଣା। ତାଙ୍କର ଶେଷ ଗୀତ ‘ଆପସେ ମିଲ୍‌କେ ୟାରା ହମ୍‌କୋ ଅଛା ଲାଗା ଥା’ ଅଗଷ୍ଟ ୧୨ ରେ ମୁକ୍ତିଲାଭ କରିଥିଲା।

Related posts

ଅତ୍ୟଧିକ ଡାଏଟ୍ ହେତୁ ଆଖି ବୁଜିଲେ ନିର୍ଦ୍ଦେଶକ ବିଜୟଙ୍କ ପତ୍ନୀ 

mahabharatanews

ରାଘବଙ୍କ ସହ ଡେଟିଂର ପ୍ରତିକ୍ରିୟା ରଖିଲେ ଶେହାନାଜ

mahabharatanews

ଆଖି ବୁଜିଲେ ଅଭିନେତ୍ରୀ ମଞ୍ଜୁ ସିଂହ

mahabharatanews