ଭାରତ

ରାଜ୍ୟସଭାରେ ପାସ ହେଲା ଦିଲ୍ଲୀ ସେବା ବିଲ୍ 

(ଦିଲ୍ଲୀ) : ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ପାସ ହେଲା ଦିଲ୍ଲୀ ସେବା ବିଲ୍ । ଭୋଟିଂ ମାଧ୍ୟମରେ ପାରିକ ହୋଇଛି ଦିଲ୍ଲୀ ସର୍ଭିସ ବିଲ୍ ।ଗତକାଲି ବିଲ ସମର୍ଥନରେ ୧୩୧ଟି ମତଦାନ ହୋଇଥିବା ବେଳେ ବିରୋଧରେ ୧୦୨ଟି ଭୋଟ ପଡିଥିଲା । ପ୍ରଶାସନିକ ସେବାର ଅଧିକାର ଦିଲ୍ଲୀର ନିର୍ବାଚିତ ସରକାରଙ୍କର ପାଖରେ ରହିବା ଉଚିତ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।  ଯାହାକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ନ୍ୟାଶନାସ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ ବିଲ୍ ୨୦୨୩ ଆଣିଛନ୍ତି ।

ସୂଚନାନୁଯାୟୀ ,  ବର୍ତ୍ତମାନ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଯିବ ଏହି ବିଲ୍ । ଯାହା ପରେ ଏହା ଆଇନରେ ପରିଣତ ହେବ । ଏହା ପୂର୍ବରୁ ଲୋକସଭାରେ ପ୍ରବଳ ହଟ୍ଟଗୋଳ ଓ ନାରାବାଜୀ ମଧ୍ୟରେ ଦିଲ୍ଲୀ ବିଲକୁ ପାରିତ କରିବାରେ ସଫଳ ହୋଇଥିଲା କେନ୍ଦ୍ର । କଂଗ୍ରେସ ଏବଂ ଆପର ବିରୋଧ ସତ୍ୱେ ରାଜ୍ୟସଭାରେ ଏହି ବିଲକୁ ଉପସ୍ଥାପନା କରାଯାଇଥିଲା ।

Related posts

ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ; ୨୦ ହଜାର ଅତିକ୍ରମ କଲା ସଂକ୍ରମଣ

mahabharatanews

ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା

mahabharatanews

ରକ୍ତସ୍ରାବ ପାଇଁ ହେଲା ସଦଗୁରୁଙ୍କ ମସ୍ତିଷ୍କ ସର୍ଜରୀ 

mahabharatanews