(ଦିଲ୍ଲୀ) :ପୂର୍ବତନ ଡେରା ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ଡେରା ସଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ ସିଂ ଏବଂ ଅନ୍ୟ ଚାରିଜଣ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଦ୍ୱାରା ନିର୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଗୁରୁମିତ ରାମ ରହିମଙ୍କ ଏକ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁଯାୟୀ , ପଞ୍ଚକୁଲାର ସ୍ୱତନ୍ତ୍ର କୋର୍ଟ ପୂର୍ବରୁ ଏହି ମାମଲାରେ ଦଣ୍ଡ ଘୋଷଣା କରିଥିଲେ ଯାହା ପରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ପଞ୍ଚକୁଲାର ସ୍ୱତନ୍ତ୍ର କୋର୍ଟ ରଣଜିତ ସିଂ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କ ସମେତ ପାଞ୍ଚଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏଥିସହ ଗୁରୁମିତ ରାମ ରହିମଙ୍କ ଉପରେ ୩୧ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି । ସମସ୍ତ ଦୋଷୀଙ୍କୁ ବିଭିନ୍ନ ବିଭାଗ ଅଧୀନରେ ଦଣ୍ଡିତ କରାଯାଇଛି । ଗୁରୁମିତ ରାମ ରହିମଙ୍କ ପାଇଁ ସିବିଆଇ ମୃତ୍ୟୁଦଣ୍ଡ ଦାବି କରିଥିଲା, କିନ୍ତୁ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଅନ୍ୟପକ୍ଷରେ ଗୁରୁମିତ ରାମ ରହିମଙ୍କ ଓକିଲ ଅଜୟ ବର୍ମନ କହିଛନ୍ତି ଯେ ସେ ଏହି ନିଷ୍ପତ୍ତିକୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ । ଏହି ମାମଲାରେ ଗୁରମିତଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତ ଅବତାର ସିଂହ, କୃଷ୍ଣଲାଲ, ଜସବୀର ସିଂହ ଓ ସବ୍ଦିଲ୍ ସିଂହ ଅଛନ୍ତି । ଟ୍ରାଏଲ ବେଳେ ଅନ୍ୟ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇସାରିଛି ।