ଭାରତ

ଏକ ମାସରେ ୩୫୫୦କୋଟି ଟଙ୍କା ମିଳିଛି ଦାନ

(ଅଯୋଧ୍ୟା) : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ କରାଯାଇଛି । ମନ୍ଦିରରେ ବାହାରେ ଭକ୍ତମାନଙ୍କର ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ସେହିପରି ଲୋକେ ଖୋଲା ହାତରେ ଦାନ କରୁଛନ୍ତି । ଦେଶ ବିଦେଶର ରାମ ଭକ୍ତମାନେ ହୃଦୟ ଖୋଲି ଦାନ କରିଛନ୍ତି । ଏହି ଅଭିଯାନର ଆରମ୍ଭ ହେବାର ଏକ ମାସ ମଧ୍ୟରେ ପ୍ରାୟ ୩୫୫୦କୋଟି ଟଙ୍କା ରାମ ମନ୍ଦିରକୁ ଦାନ କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

ସୂଚନାନୁଯାୟୀ , ରାମ ମନ୍ଦିରର ଭୁମି ପୂଜନ ପରେ ଆରମ୍ଭ ହୋଇଥିଲା ଦାନ ବା ସମର୍ପଣ ଅଭିଯାନ, ଯାହା ପରେ ପ୍ରାୟ ଏକ ମାସ ମଧ୍ୟରେ ପ୍ରାୟ ୩୫୫୦କୋଟି ଟଙ୍କାର ଦାନ ଭକ୍ତ ମାନେ କରିସାରିଲେଣି । ମୋଟ୍ ୪୫୦୦କୋଟି ଟଙ୍କା ମନ୍ଦିରକୁ ମିଳିଛି । ଏହା ସହ ଭକ୍ତଙ୍କ ସଂଖ୍ୟା ପ୍ରାୟ ୧୦ଗୁଣି ବୃଦ୍ଧି ପାଇଛି । ପୂର୍ବରୁ ରାମଲାଲାର ଦର୍ଶନ ପାଇବା ପାଇଁ ପ୍ରାୟ ୨୦,୦୦୦ ଭକ୍ତ ଅଯୋଧ୍ୟାକୁ ଆସୁଥିଲେ।

Related posts

୨୬ରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

mahabharatanews

ଛତିଶଗଡ଼ରେ ବଡ଼ ଏନକାଉଣ୍ଟର; ୮ ନକ୍ସଲ ମୃତ

mahabharatanews

ଲାଦଖର ଚୁମ୍ବକୀୟ ପାହାଡ଼

mahabharatanews