(ମୁମ୍ବାଇ) : ହାତକୁ ଦି ହାତ ହେଲେ ବଲିଉଡ ଅଭିନେତା ରଣଦୀପ ହୁଡା ତାଙ୍କ ଗର୍ଲଫ୍ରେଣ୍ଡ ଲିନ ଲିଆଶ୍ରମ । ଉଭୟ ମଣିପୁରର ମୈତେଇ ସମ୍ପ୍ରଦାୟର ପରମ୍ପରା ଅନୁସାରେ ବିବାହ କରିଛନ୍ତି । ଦୀର୍ଘ ଦିନ ପରସ୍ପରକୁ ଡେଟ୍ କରିବା ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମଣିପୁରରେ ଏହି ବିବାହ ଅନୁଷ୍ଠିତ ହୋଇଯାଇଛି, ଅଭିନେତାଙ୍କ ବିବାହର ଭିଡିଓ ଏବଂ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସୂଚନାନୁଯାୟୀ , ଅଭିନେତା ରଣଦୀପ ହୁଡା ମଣିପୁରୀ ପାରମ୍ପାରିକ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି । ୨୯ ନଭେମ୍ବର ୨୦୨୩ରେ ଉଭୟଙ୍କ ବିବାହ ସମ୍ପପ୍ନ ହୋଇଛି । ଏହି ଷ୍ଟାର ଦମ୍ପତିଙ୍କର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଯାହା ଲୋକଙ୍କୁ ବେଶ୍ ଆକୃଷ୍ଟ କରୁଛି । ଏହି ଦମ୍ପତିଙ୍କୁ ପ୍ରଶଂସକମାନେ ଲଗାତାର ଇନଷ୍ଟାଗ୍ରାମରେ ଅଭିନନ୍ଦନ ଜଣାଉଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ରଣଦୀପ ଏବଂ ଲିନଙ୍କ ମଧ୍ୟରେ 10 ବର୍ଷ ବୟସ ବ୍ୟବଧାନ ରହିଛି । ରଣଦୀପଙ୍କୁ ୪୭ବର୍ଷ ହୋଇଥିବାବେଳେ ଲିନଙ୍କୁ ୩୭ ବର୍ଷ ।
