(ଉନ୍ନାଓ/ମହାଭାରତ): ଉନ୍ନାଓରେ ଜଣେ ଦୁଷ୍କର୍ମ ପୀଡିତାକୁ ଜଳାଇ ମାରି ଦିଆଯାଇଥିବା ବେଳେ ଅନ୍ୟ ଜଣେ ପୀଡିତା ଏବେ ସେହି ଭୟରେ ଦିନ କାଟୁଛି । ଦୁଷ୍କର୍ମରୁ କୌଣସି ପ୍ରକାରେ ବଞô୍ଚଯାଇଥିବା ମହିଳା ପୁଲିସ ନିକଟରେ ଅଭିଯୋଗ କରିବାକୁ ଯିବାରୁ ପୁଲିସ କହିଛି, ଦୁଷ୍କର୍ମ ହେଇ ସାରୁ ମାମଲା ହେବ । ଦୁଷ୍କର୍ମ ହୋଇ ନାହିଁ ।
ଜଣେ ମହିଳାଙ୍କୁ କିଛି ଲୋକ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ମହିଳା ସେଠାରୁ ଖସି ଆସିବାରେ ସକ୍ଷମ ହୋଇଥିଲେ । ଏହା ପରେ ସେ ପୁଲିସ ନିକଟରେ ଦୁଷ୍କର୍ମ ଉଦ୍ୟମ କୁ ନେଇ ଅଭିଯୋଗ କରିବାକରୁ ପୁଲିସ କହିଥିଲା, ଦୁଷ୍କର୍ମ ତ ହୋଇନାହିଁ ନା । ହେବତ ଦେଖିବୁ । ଏହାକୁ ନେଇ ପୀଡିତା ପଚାରି ଥିଲେ, ମୋ ସହ ଦୁଷ୍କର୍ମ ହେବା ପରେ ପୁଲିସ କଣ କରିବ । ପୀଡିତା ଏକ ଜାତୀୟ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି, ଏବେ ମୁଁ ଜୀବିତ, ଘଟଣା ପରେ ଜୀବିତ ରହିବି ନାହିଁ ।
ଏହି ଘଟଣାଟି ତିନି ମ।।ସ ପୁରୁଣା । ଦିନେ ସେ ଔଷଧ ନେଇ ଫେରୁଥିଲେ, କିଛି ଲୋକ ତାଙ୍କ ସହ ବଳାକ୍ରାର କରିବାକୁ ଚେଷ୍ଟା କଲେ । କିନ୍ତୁ ମହିଳା କୌଣସି ପ୍ରକାରେ ସେଠାରୁ ଖସି ଆସି ପ୍ରାଣ ବିକଳରେ ୧୦୯୦ ନମ୍ବରରେ ପୁଲିସକୁ ଫୋନ କରିବା ପରେ ତାଙ୍କୁ କୁହାଗଲା, ୧୦୦ ନମ୍ବର ଗାଡି ପଠା ଯାଉଛି । କିନ୍ତୁ ପୁଲିସ ପହଁଚି ନ ଥିଲା । ମହିଳା ସିଧା ଉନ୍ନାଉ ପୁଲିସ ହେଡକ୍ୱାଟରକୁ ଫୋନ କଲ।।, ସେଠାରୁ ଉତ୍ତର ମିଳିଲା, ଯେଉଁଠାରେ ମାମଲ।। ହୋଇଛି, ସେଠାରେ ଅଭିଯୋଗ ହେବ । ଏହାକୁ ନେଇ ସେ କୋର୍ଟରେ ଏକ ମାମଲା ଦାୟର କରିଛନ୍ତି, କିନ୍ତୁ ଏପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
next post