ଓଡିଶା

ଜାମିନରେ ଆସି ଗଣଦୁଷ୍କର୍ମ ପୀଡିତାଙ୍କ ଦେହରେ ନିଆଁ ଲଗାଇଲେ ଅଭିଯୁକ୍ତ

(ଉନ୍ନାଓ/ମହାଭାରତ): ହାଇଦ୍ରାବାଦରେ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ପରେ ପୋଡି ହତ୍ୟା କରାଯିବା ଘଟଣା ମନରୁ ଲିଭି ନଥିବା ବେଳେ ଉତ୍ତରପ୍ରଦେଶର ଉନ୍ନାଓରେ ଗୁରୁବାର ଅନୁରୂପ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଗଣଦୁଷ୍କର୍ମ ପୀଡିତାଙ୍କୁ ଦିବାଲୋକରେ ଅଭିଯୁକ୍ତମାନେ ଜୀବନ୍ତ ଜାଳିବାକୁ ଉଦ୍ୟମ କରିଛନ୍ତି । ଜାମିନରେ ଆସି ଅଭିଯୁକ୍ତମାନେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଶରୀରର ଅଧିକାଂଶ ଭାଗ ପୋଡି ଯାଇଛି ।
ଉନ୍ନାଓର ବିହାର ଥାନା ଅଞ୍ଚଳର ୨୩ ବର୍ଷୀୟା ଏହି ପୀଡିତା ଜଣକ ଗତ ମାର୍ଚ୍ଚରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏନେଇ ସେ ୫ ଜଣଙ୍କୁ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ମାମଲାର ଶୁଣାଣି ଚାଲିଥିବା ବେଳେ ଗୁରୁବାର ପୀଡିତା କୋର୍ଟ ବାହାରିଥିଲେ । ଏଥିପାଇଁ ସେ ଗୁରୁବାର ଭୋର ସମୟରେ ରାୟବରେଲୀ ଯିବା ଲାଗି ବୈସୱାରା ବିହାର ରେଳ ଷ୍ଟେସନକୁ ଆସୁଥିଲେ । କିନ୍ତୁ ଗାଁ ଠାରୁ ଅଳ୍ପ ଦୂରରେ ଜାମିନରେ ଆସିଥିବା ୨ ଯୁବକଙ୍କ ସମେତ ତାଙ୍କ ଗାଁର କିଛି ଯୁବକ ତାଙ୍କୁ ଘେରି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏକ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ପିଟିଦେଇଥିଲେ । ସେ ତଳେ ପଡିଯିବା ପରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିିଲେ । ତାଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଚାଲିଆସିଥିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ପୀଡିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି ।
ଗଣଦୁଷ୍କର୍ମର ଶିକାର ହେବା ପରେ ପୀଡିତା ୫ ଅଭିଯୁକ୍ତଙ୍କ ନାମ ନେଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ଜଣ ଫେରାର ଅଛନ୍ତି ବୋଲି ଉନ୍ନାଓ ଏସପି କହିଛନ୍ତି । କିନ୍ତୁ ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜାମିନରେ ଆସିଥିବା ୨ ଅଭିଯୁକ୍ତ ତାଙ୍କୁ ଜୀବନ୍ତ ଜାଳି ହତ୍ୟା ଉଦ୍ୟମ କରିଛନ୍ତି ।

Related posts

ବଲାଙ୍ଗୀର ମଠଖାଇ ମହୋତ୍ସବ ଆରମ୍ଭ

mahabharatanews

ବଳରାମ ଯୋଜନାକୁ ନେଇ ଚାଷୀ ଓ ଭାଗ ଚାଷୀଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ

mahabharatanews

ବେତାଜ୍ ବାଦଶାହଙ୍କ ଜନ୍ମ ଦିନରେ ଅଜସ୍ର ଶୁଭକାମନା

mahabharatanews

Leave a Comment