(କୋଲକାତା/ମହାଭାରତ): ରାଷ୍ଟ୍ର ଇତିହାସରେ ପ୍ରଥମ ଘଟଣା । ରାଜ୍ୟପାଳ ରାଜ୍ୟର ପ୍ରଥମ ନାଗରିକ ହୋଇଥିବା ବେଳେ ତାଙ୍କୁ ବିଧାନସଭାକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ଏପରି ଘଟଣା ଘଟିଛି ପଶ୍ଚିମବଙ୍ଗରେ । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପ।।ଳ ଜଗଦୀପ ଧନକାରଙ୍କ ମଧ୍ୟରେ ଚାଲିଥିôବା ବିବାଦ ପାଇଁ ମମତା ଏପରି କରିଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ଗତକାଲି ରାଜ୍ୟପାଳ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀଙ୍କୁ ତାଙ୍କ ଗସ୍ତ ସମ୍ପର୍କରେ ଜଣାଇଥିଲେ । ବିଧାନସଭାକୁ ଆଜି ରାଜ୍ୟପାଳ ଜଗଦୀପ ଯାଇଥିଲେ । କିନ୍ତୁ ବିଧାନସଭାର ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ଗେଟରେ ତାଲା ପଡିଥିଲା । ଏହାକୁ ନେଇ ରାଜ୍ୟପାଳ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଅନ୍ୟ ଗେଟ ବାଟ ଦେଇ ବିଧାନସଭାରେ ପ୍ରବେଶ କରିଥିଲେ ।
ମଙ୍ଗଳବାରଠାରୁ ପଶ୍ଚିମବଙ୍ଗ ବିଧାନସଭା ମୁଲତବୀ ରହିଛି । ଆଜି ରାଜ୍ୟପାଳ ବିଧାନସଭାର ଐତିହାସିକ ବିଲଡିଂ ଓ ଲାଇବ୍ରେରୀ ଦେଖିବାକୁ ଯାଇଥିଲେ । ହେଲେ ସେ ବିଧାନସଭାରେ ପହଁଛିବା ପରେ ଭିଭିଆଇପି ଗେଟରେ ତାଲା ଥିଲା । ଫଳରେ ରାଜ୍ୟପାଳ ଭିତରକୁ ଯାଇ ନ ପାରି ଫେରିଥିଲେ । ତେବେ ବାହ।।ରେ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତକ।।ର ଦେଇ ସେ କହିଥିଲେ, ସେ ଏପରି ପରିସ୍ଥିତିର ସେ କେବେ ଆଶା କରି ନ ଥିଲେ । ବିଧାନସଭା ମୁଲତବୀ ହେବାର ଅର୍ଥ ନୁହେଁ ଗେଟରେ ତାଲା ପଡିଯିବ । ବିଧାନସଭା ମୁଲତବୀ ରହିଲେ ମଧ୍ୟ ସଚିବାଳୟ ଖୋଲା ରହିବା କଥା । ସେ ଆହୁରି କହିଥିଲେ, ସେ କେବଳ ଐତିହାସିକ କୋଠା ଓ ଲ।।ଇବ୍ରେରୀ ପରିଦର୍ଶନରେ ଯାଇଥିଲେ । ଭିଭିଆଇପି ଗେଟରେ ତାଲା ଥିବାରୁ ସେ ମିଡିଆ ଫାଟକ ଦେଇ ଭିତରକୁ ଯାଇଥିଲେ ଓ ଏହା ପୂବରା ଗଣତନ୍ତ୍ରର ଅପମାନ ବୋଲି ସେ କହିଥିଲେ ।
previous post