ଓଡିଶା

ବିଷ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

(ମହାଭାରତ, କାଶିପୁର): ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଗୋଡିବାଲି ପଞ୍ଚାୟତରେ ବୁଧବାର ରାତିରେ ଜଣେ ବୃଦ୍ଧ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ୭୫ ବର୍ଷିୟ ବାରି ମାଝି ବୋଲି ଜଣାପଡିଛି । ମୃତ ବୃଦ୍ଧଙ୍କ ପୁଅଙ୍କ କହିବାନୁସାରେ, ସବୁଦିନ ଭଳି ପରିବାରର ସମସ୍ତେ ବିଲବାଡିକୁ କାମ କରିବାକୁ ଯାଇଥିଲେ । ସନ୍ଧ୍ୟାରେ ଘରେ କେହି ନଥିବା ବେଳେ ବୃଦ୍ଧ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ପରେ ପରିବାର ଲୋକେ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରି କ’ଣ ହୋଇଛି ବୋଲି ପଚାରିବାରୁ ସନ୍ଧ୍ୟାରେ ସେ ବିଷ ପିଇ ଦେଇଥିବା କହିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ କାଶିପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

Related posts

ଭଦ୍ରକ ଉପଜିଲ୍ଲାପାଳ କରୋନା ପଜିଟିଭ

mahabharatanews

ଖୁବଶୀଘ୍ର ଓଡ଼ିଶା ଆସିବେ ଜେ.ପି. ନଡ୍ଡା, ଏମ୍ସରେ କରିବେ ସ୍ୱାସ୍ଥ୍ୟସେବା ସମୀକ୍ଷା

mahabharatanews

ପାରଳାଖେମୁଣ୍ଡି ଜଙ୍ଗମୁସାହି ଛକରେ ରାସ୍ତା ରୋକ

mahabharatanews