ଅପରାଧ

ବିବାହ ପ୍ରତିଶୃତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଜଣେ ଜଣେ ଗିରଫ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅଧୀନରେ ପୁଣି ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ସରକାରୀ ସ୍ତରରେ ସଚେତନତା ଏବଂ ଆଇନକୁ ଯେତେ କଡ଼ାକଡ଼ି କଲେ ମଧ୍ୟ ଅସାମାଜିକ ଲୋକେ ସଚେତନ ହେଉ ନାହାନ୍ତି । ସୂଚନା ଅନୁଯାୟୀ, ଜନୈକ ଯୁବତୀ ଆଇପିସି ପିଟିସନ ନଂ ୯୫/୨୦ ଅନୁସାରେ ବାରିପଦା ଏସଡ଼ିଜିଏମ କୋର୍ଟରେ ଏକ ମାମଲା କରିଥିଲେ । ତଦନ୍ତ ଅନୁଯାୟୀ, ଝାରପୋଖରିଆ ଥାନା ଅନ୍ତର୍ଗତ ଖଡ଼ିଆଷୋଳ ଗ୍ରାମର ମଙ୍ଗଲ ମାରାଣ୍ଡି ବିବାହର ପ୍ରତିଶୃତି ଦେଇ ଯୁବତୀ ସହିତ ଶାରୀରିକ ସମ୍ପର୍କ ରଖିଆସୁଥିଲେ । ଯୁବତୀଙ୍କ ପରିବାର ଏହା ଜାଣିପାରି ବିବାହର ପ୍ରସ୍ତାବ ଦେବାରୁ ମଙ୍ଗଲଙ୍କ ପରିବାର ଲୋକ ଯୁବତୀଙ୍କ ପରିବାରକୁ ଅଶାଳୀନ ବ୍ୟବହାର କରିବା ସହିତ ଧମକ ମଧ୍ୟ ଦେଇଥିଲେ ଏବଂ ତାଙ୍କ ଝିଅକୁ ସାଙ୍ଗରେ ପଠାଇ ଦେଇଥିଲେ । ଯାହାକୁ ଭିତ୍ତି କରି ଝାରପୋଖରିଆ ଥାନା କେଶ ନଂ ୧୭୮ରେ ମାମଲା ରୁଜୁ କରି ପୋଲିସ ଦୁଇ ଜଣଙ୍କ ଡାକ୍ତରୀ ମାଇନା କରି ଦଫା ୩୪୨/୩୭୬/୨୯୪/୫୦୬ ଆଇପିସି ଅନୁଯାୟୀ ମଙ୍ଗଲକୁ କୋର୍ଟ ଚାଲାଣ କରିଛି ।

Related posts

ମୁଣ୍ଡବିହୀନ ମୃତଦେହ: ପୁଲିସକୁ ମିଳିଛି ସଫଳତା

mahabharatanews

ବାଇକରେ ଆସି ବ୍ୟବସାୟୀଙ୍କୁ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍

mahabharatanews

ହାୟର ଷ୍ଟଡି ନାମରେ ଠକୁଥିବା ଇଣ୍ଟରନାସନାଲ ଠକ ପୁଲିସ କବଜାରେ

mahabharatanews