ଅପରାଧ

ପାରିବାରିକ ବିବାଦକୁ ନେଇ ନବ ବଧୂ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

(ଜୟନ୍ତ ସେଠି/ଗୋପ):ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ସୋରଭା ପଞ୍ଚାୟତ ଦୁର୍ଗାପୁର ଗାଁରେ ଅଘଟଣ । ପାରିବାରିକ ବିବାଦକୁ ନେଇ ଜଣେ ନବ ବିବାହିତା ମହିଳା ହତ୍ୟା ଅଭିଯୋଗ ଆଣିଲେ ଝିଅ ପରିବାର ଲୋକେ। ଗୋପ ଥାନା ଅଧିକାରୀ ସହ ପୁରୀ ଜିଲ୍ଲା ସାଇଣ୍ଟିଫିକ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ କରିଛନ୍ତି। ନବବିବାହିତା ଜଣଙ୍କ ହେଲେ ପୁଷ୍ପ ବେହେରା ୨୧ ବର୍ଷ । ଗତକାଲି ରାତିରେ କୌଣସି ଘଟଣାକୁ ନେଇ ପରିବାରରେ ବିବାଦ ହୋଇଥିଲା। ଝିଅକୁ କିଛି ଟଙ୍କା ଗହଣା ଦାବି କରିଥିଲେ।ଶାଶୁ ଘର ଲୋକ ସେଥିପାଇଁ ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକ। ଗୋପ ଥାନା ଅଧିକାରୀ ଓ ନିମାପଡା ଊଝଚ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । ସ୍ବାମୀ ସୈମନ୍ଦ ବାରିକକୁ ପୁଲିସ ଅଟକ ରଖି ପଚରାଉଚରା କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଯାଇଛି

Related posts

ଅସହ୍ୟ ହେଲା ମାନସିକ ନିର୍ଯାତନା,ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର

mahabharatanews

ଆନ୍ଧ୍ର ପ୍ରଦେଶରୁ ପଶ୍ଚିମବଙ୍ଗ ଯାଉଥିବା ପିଆଜ ବୋଝେଇ ଟ୍ରକରୁ ୭ କୁଇଣ୍ଟାଲ ଗଞ୍ଜେଇ ଜବତ

mahabharatanews

୧୦ ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଜବତ, ୩ ଗିରଫ

mahabharatanews