ପାରାଦୀପ : ପାରାଦୀପ ସମୁଦ୍ରରୁ ମିଳିଛି ବିରଳ ତେଲିଆ ମାଛ । ମେଟ ୧୭ଟି ବିରଳ ମାଛର ମୂଲ୍ୟ ୨୫ ଲକ୍ଷ ଟଙ୍କା ହୋଇଥିବା କୁହାଯାଉଛି । ସମୁଦ୍ର କୂଳ ଠାରୁ ୨୦ ଫାଦାନ ଦୂରରେ ଧରା ପଡିଛନ୍ତି ଏହି ବିରଳ ତେଲିଆ ବୋରେହି ମାଛ । ଏହି ୧୭ଟି ମାଛର ଓଜନ ପ୍ରାୟ ୩ କ୍ୱିଣ୍ଟାଲରୁ ଅଧିକ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ସମୟ ଯୋଗୁଁ ଏବେ ସମୁଦ୍ର କୂଳଠାରୁ ୨୦ ଫାଦାନ ମଧ୍ୟରେ ମାଛ ଧରିବା ଉପରେ କଟକଣା ଲଗାଯାଇଛି । ତେଣୁ ମତ୍ସ୍ୟଜୀବୀଗଭୀର ସମୁଦ୍ର ମଝିରେ ମାଛ ଧରିବା ସମୟରେ ଏହି ମାଛକୁ ଧରିଥିବା କୁହାଯାଉଛି । ସୂଚନା ଅନୁଯାୟୀ, ନେହେରୁବଙ୍ଗଳା ମାଛ ଧରା ବନ୍ଦରରୁ ଯାଇଥିବା ଏକ ବୋଟ ମାଛ ଧରୁଥିବା ବେଳେ ଜାଲରେ ଫସି ଯାଇଥିଲେ ଏହି ବିରଳ ମାଛଗୁଡିକ । ଏହି ମାଛର ଅନ୍ତନଳୀ ମେଡିସିନ ପାଇଁ ବ୍ୟବହାର ହେଉଥିବାରୁ ଏହାର ଦର ଏତେ ଅଧିକ ବୋଲି ମତ୍ସ୍ୟଜୀବୀ ପ୍ରକାଶ କରିଛନ୍ତି । ଏହି ପ୍ରଜାତିର ମାଛରୁ ମେଡ଼ିସିନ ପ୍ରସ୍ତୁତ ହୋଇଥାଏ ଯାହା ବିଦେଶକୁ ମଧ୍ୟ ପଠାଯାଏ । ଗତକାଲି ରାତିରେ ବୋଟଟି ପାରାଦ୍ବୀପ ରେ ପହଞ୍ଚିବା ପରେ ମାଛ ଗୁଡିକୁ ନେହେରୁବଙ୍ଗଳାରୁ ଅଠରବାଙ୍କି ବାଲି ପ୍ଲଟ ଅଣାଯାଇ ନିଲାମ କରାଯାଇଥିଲା । କଲିକତାର ଏକ ମାଛ ବ୍ୟବସାୟୀ ଏହି ୧୭ ଟି ଯାକ ମାଛକୁ ୨୫ ଲକ୍ଷ ଟଙ୍କାରେ ନିଲାମ ଧରିଛନ୍ତି । ମାଛ ଗୁଡ଼ିକୁ ବର୍ତ୍ତମାନ ବରଫ ଦିଆଯାଇ ରଖାଯାଇଛି । ମାଛର ଅନ୍ତକୁ କାଢି ପ୍ୟାକିଂ କରାଯାଇ ମେଡିସିନ ଲାବ୍ରୋଟୋରୀକୁ ପଠାଯିବ ଏବଂ ମାଛକୁ କଲିକତା ବଜାରରେ ବିକ୍ରୟ କରାଯିବ ବୋଲି ସୂଚନା ମିଳିଛି ।
previous post
next post