ମନୋରଞ୍ଜନ

ରଶ୍ମିକା-ବିଜୟ ପୁଣି ହେଲା ପ୍ୟାଚ୍ଅପ୍

ବ୍ୟୁରୋ : ପାନ ଇଣ୍ଡିଆ ତାରକା ରଶ୍ମିକା ମନ୍ଦନା ଏବଂ ବିଜୟ ଦେବରାକୋଣ୍ଡା । ଦୀର୍ଘ ଦିନ ଧରି ସେମାନଙ୍କ ସମ୍ପର୍କକୁ ନେଇ  ଆଲୋଚନା ଚାଲିଛି । ଚଳିତ ବର୍ଷ ପ୍ରାରମ୍ଭରେ ସେମାନଙ୍କ ବ୍ରେକଅପ୍ ଖବର ସାମ୍ନାକୁ ଆସିଥିଲା । ଯାହା ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା  । କିନ୍ତୁ ବର୍ତ୍ତମାନ ରଶ୍ମିକା ଏବଂ ବିଜୟଙ୍କ ପ୍ୟାଚଅପ୍ ବିଷୟରେ | ରଶ୍ମିକା ଏବଂ ବିଜୟଙ୍କ ଏହ ଭିଡିଓ ସାମ୍ନାକୁ ଆସିବା ପରେ ପୁଣି ଥରେ ଦୁହିଁଙ୍କର ଡେଟିଂ ଖବର ତୀବ୍ର ହୋଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏବଂ ଇଣ୍ଟରନେଟରେ ଏକ ଭିଡିଓ ସେୟାର କରାଯାଇଛି  । ଯେଉଁଥିରେ ଦୁହେଁ କିଛି ଫ୍ୟାମିଲି ଓ ଫ୍ରେଣ୍ଡଙ୍କ ସହ ସମୟ ବିତାଉଥିବାର ନଜର ଆସିଥିଲେ । ଦୁହିଁଙ୍କ ବ୍ରେକଅପ୍ ଖବରର ପ୍ରାୟ ଦୁଇ ମାସ ପରେ ଏହି ଭିଡିଓ ସାମ୍ନାକୁ ଆସିଛି । କିନ୍ତୁ ଏକ ରିପୋର୍ଟରୁ ଜଣାପଡିଥିଲା କି ରଶ୍ମିକା ବିଜୟଙ୍କୁ ନୁହେଁ, ତେଲୁଗୁ ଅଭିନେତାଙ୍କୁ ପସନ୍ଦ କରନ୍ତି । କେବଳ ଏତିକି ନୁହେଁ, ରଶ୍ମିକା ଏବଂ ତେଲୁଗୁ ଅଭିନେତାଙ୍କ ଡେଟିଂ ଖବର ମଧ୍ୟ ଚର୍ଚ୍ଚା ହେଉଛି |

Related posts

୨୦୦ କୋଟି ଠକେଇ ମାମଲାରେ ପକ୍ଷପାତ ଅଭିଯୋଗ ଆଣିଲେ ଜ୍ୟାକ୍‌ଲିନ୍‌

mahabharatanews

ସଡ଼କ ଦୁର୍ଘଟଣାରେ ଲୋକପ୍ରିୟ ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ଦେହାନ୍ତ

mahabharatanews

ଦ୍ୱିତୀୟ ସନ୍ତାନକୁ ଲଣ୍ତନରେ ଜନ୍ମ ଦେବେ ଅନୁଷ୍କା

mahabharatanews