ଭାରତ

ଡିପ୍‌ଫେକ୍‌ ଭିଡିଓ ମାମଲା ; ଶିକାର ହେଲେ ରତନ ଟାଟା

(ଦିଲ୍ଲୀ) : ଦେଶରେ ଡିପ୍‌ଫେକ୍‌ ଭିଡିଓ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ଶିକାର ହୋଇଛନ୍ତି ଟାଟା ଗ୍ରୁପ୍‌ର ମୁଖ୍ୟ ରତନ ଟାଟା। ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଘୁରିବୁଲୁଛି ଯେଉଁଥିରେ ଟାଟାଙ୍କୁ ନିବେଶ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି। ସେହି ଭିଡିଓ ନକଲି ବୋଲି ଟାଟା ସ୍ପଷ୍ଟ କରିଛନ୍ତି।

 

ସୂଚନାନୁଯାୟୀ , ଟାଟାଙ୍କ ଏକ ଡିପ୍‌ଫେକ୍ ସାକ୍ଷାତକାରକୁ ଭିଡିଓର ପ୍ରଦର୍ଶନ କରାଯାଇଛି। ସୋନା ଅଗ୍ରୱାଲ୍ ନାମକ ଏକ ହ୍ୟାଣ୍ଡେଲ୍‌ରୁ ସେହି ଭିଡିଓ ପୋଷ୍ଟ କରାଯାଇଛି। ‌ସେଥିରେ ଲେଖାଯାଇଛି ଯେ ଭାରତର ସମସ୍ତଙ୍କ ପାଇଁ ରତନ ଟାଟାଙ୍କ ତରଫରୁ ପରାମର୍ଶ। ଡିପ୍‌ଫେକ୍ ଭିଡିଓ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଅଭିନେତ୍ରୀ ରଶ୍ମିକା ମନ୍ଦାନା, କାଜୋଲ, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକଙ୍କର ଝିଅ ସାରା ତେନ୍ଦୁଲକର ପ୍ରମୁଖ ଏହାର ଶିକାର ହୋଇଛନ୍ତି।

Related posts

ଅଯୋଧ୍ୟାକୁ ଆସିଲା ଏକ ସ୍ୱତନ୍ତ୍ର ରଥ  

mahabharatanews

ମୃତ ଅବସ୍ଥାରେ ଉଦ୍ଧାର ହେଲା ଦୁଇ ମାସର ଶିଶୁ

mahabharatanews

ପ୍ରଚାର ମୈଦାନରେ ଦ ଗ୍ରେଟ୍ ଖଲି

mahabharatanews