ଓଡିଶା

ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥ ଖଳା

(ପୁରୀ) : ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଚାଲିଛି ରଥ ନିର୍ମାଣ କାର୍ଯ୍ୟ ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥ ଖଳା । ଶନିବାର ଠାରୁ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ରଥ ସଂହିତା ଓ ଶିଳ୍ପ ଶାସ୍ତ୍ର ମୁତାବକ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ରଥ ନିର୍ମାଣ ପାଇଁ ଭୋଇ ସେବାୟତମାନେ ରଥଖଳାରେ ଆବଶକ୍ୟୟ କାଠ ପହଞ୍ଚାଇବା ପରେ କରତୀ ସେବକମାନେ ତୁମ୍ବ ନିର୍ମାଣ ପାଇଁ କାଠ ଚିରଟ କରିଛନ୍ତି ।

ସୂଚନାନୁଯାୟୀ , ପ୍ରଥମ ଦିନରେ ତିନି ରଥ ପାଇଁ ୩ଟି ତୁମ୍ବ କଟାଯାଇଛି l ରଥଖଳାରେ ଚତୁର୍ପାଶ୍ୱରେ ଧଳା କପଡା ଗୁଡ଼ାଯାଇ ରଥ ନିର୍ମାଣ କାର୍ଯ୍ୟ କରାଯାଉଛି  । ପ୍ରାଥମିକ ଭାବରେ ତିନି ରଥ ପାଇଁ ୪୨ଟି ଚକ ଆବଶ୍ୟକ ଥିବାବେଳେ ୪୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ୱକର୍ମା ଓ କରତୀ ସେବାୟତ । ରଥ ଅମିନ ଓ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶରେ କରତିଆ ସେବାୟତ କାର୍ଯ୍ଯ ଆରମ୍ଭ କରିଛନ୍ତି ।

Related posts

ପରଲୋକରେ ପଦ୍ମଶ୍ରୀ ଶାନ୍ତିଦେବୀ

mahabharatanews

ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

mahabharatanews

୫୮୦ ଜଣଙ୍କୁ ନୂତନ ରାଶନ କାର୍ଡ ପ୍ରଦାନ କଲେ ବିଧାୟକ ଉମାକାନ୍ତ ସାମନ୍ତରାୟ

mahabharatanews