ଭାରତ

ପାର୍କିଂ ସ୍ଥଳରେ ଅଚାନକ ବିସ୍ଫୋରଣ 

 (ଇଟାଲୀ) : ହଠାତ ହୋଇଗଲା ବିସ୍ପୋରଣ  । ପାର୍କିଂ ସ୍ଥଳରେ ପାର୍କିଂ ହୋଇଥିବା ଏକ ଭ୍ୟାନରେ ହଠାତ୍ ବିସ୍ଫୋରଣ ପରେ ପାଖରେ ଥିବା ଅନେକ ଗାଡିରେ ନିଆଁ ଲାଗିଯାଇଥିଲା । ଗୁରୁବାର ଦିନ ଇଟାଲୀର ମିଲାନରେ ଏକ ବଡ଼ ଧରଣର ବିସ୍ଫୋରଣ ସମସ୍ତଙ୍କୁ ଚକିତ କରି ଦେଇଛି।

ସୂଚନାନୁଯାୟୀ ,ଏକ ଅକ୍ସିଜେନ୍ ଟାଙ୍କି ନେଉଥିବା ଭ୍ୟାନରେ ବିସ୍ଫୋରଣ ଯୋଗୁଁ ଏହି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭ୍ୟାନରେ ଅକ୍ସିଜେନ୍ ସିଲିଣ୍ତର ରଖାଯାଇଥିଲା । ସେଥିରେ ନିଆଁ ଲାଗିବା ପରେ ପ୍ରଚଣ୍ତ ବିସ୍ଫୋରଣ ହୋଇଥିଲା । ତେବେ ଏହି ବିସ୍ଫୋରଣ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୫୭୫ ଆକ୍ରାନ୍ତ ଚିହ୍ନଟ ଓ ୧୪୫ ଜଣ ମୃତ

mahabharatanews

 ଇସ୍ତଫା ଦେଲେ ନରେନ୍ଦ୍ର ସିଂ ତୋମାର

mahabharatanews

କ୍ଷମା ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ 

mahabharatanews