ଓଡିଶା

ଆଖି ବୁଜିଲେ ୪ ହାତୀ

ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ମୃତ୍ୟୁ ସଂଖ୍ୟା । ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲ୍ଲା କାଟ୍ରାଗଡା ନିକଟରେ ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ତେବେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ଅନ୍ୟପଟେ ଆଉ ଦୁଇଟି ହାତୀ ପ୍ରାଣ ବିକଳରେ ନିକଟ ପାହାଡ଼ ଚଢି ଯାଇଥିବା ଜଣାପଡ଼ିଛି। ଆଜି ଭୋର ସକାଳେ ସେହି ଅଞ୍ଚଳରେ ୬ ଟିକିଆ ହାତୀପଲ ବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଘଟଣାସ୍ଥଳରେ ଆନ୍ଧ୍ର ପୁଲିସ ଓ ବନ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି  ମୃତ ହାତୀଙ୍କ ମଧ୍ୟରେ ୨ଟି ମାଈ ହାତୀ,  ୨ ଅଣ୍ଡିରା ହାତୀ ରହିଥିବାର ଜଣାପଡ଼ିଛି।

Related posts

ସାରଡାରେ ଗୋପାଳ ଜୀଉଙ୍କ ହୋଲି ଖେଳ

mahabharatanews

ଛତୁମାନେ ବି କଥା ହୁଅନ୍ତି

mahabharatanews

ନାଉଗାଁ ଝିଅ ଓ.ଏ.ଏସ. ପରୀକ୍ଷାରେ ସଫଳ

mahabharatanews