ଓଡିଶା

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ୧୪ଦିନ   

(ପୁରୀ) : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଅଳ୍ପ ଦିନ। ଭକ୍ତ ନିଜର ଧର୍ଯ୍ୟ  ହରେଇ ବସିଲାଣି ଚକାନୟନକୁ ଦେଖିବାକୁ   ଏଥି ପ୍ରସ୍ତୁତି ଜୋରସୋରରେ ଚାଲିଛି । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ  ଶେଷରେ ପହଞ୍ଚିଛି।  ଶେଷ ହୋଇଛି ତିନିରଥର ଚକ ଏବଂ ଅଖ ନିର୍ମାଣ କାର୍ଯ୍ୟ । ଏଥିମଧ୍ୟରେ ଚୁଡାନ୍ତ ହେଲା ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ।

ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ସାଢେ ୧୨ଟା ସୁଦ୍ଧା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଶେଷ ହେବ । ତେବେ ଦାରୁ ବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ । ଚିତା ଲାଗି ପରେ ବେଶ ଶେଷ ହେବ । ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଶେଷ ହେବ । ପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲାଗିବେ। ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି । ରଥ ଟଣା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ଦଧିବ୍ରାହ୍ମଣ ମାନଙ୍କ ଏକାଦଶି ଉଜ୍ଜାପନ ପୂଜା ସ୍ଥାନୀୟ ଦଧିବାମନ ମନ୍ଦିରରେ ମହା ଆଡ଼ମ୍ବରରେ ପାଳିତ

mahabharatanews

ଜୁଲାଇ ୧ରୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଅଫିସ ଆସିବାକୁ ହେବ

mahabharatanews

ବେଳାଭୂମିରେ ସ୍ନାନ ହେଲା କାଳ, ମାକୁ ବଞ୍ଚାଇବାକୁ ଯାଇ ଗଲା ପୁଅର ଜୀବନ

mahabharatanews