ଖେଳଭାରତ

ସିଏସକେ କ୍ୟାପଟେନ୍ସି ଛାଡ଼ିଲେ ଧୋନି, ଜାଡେଜା ସମ୍ଭାଳିବେ ଦଳର କମାଣ୍ଡ

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ଆରମ୍ଭରୁ ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକତ୍ୱ ଛାଡିଛନ୍ତି। ତେବେ ଧୋନିଙ୍କ ସ୍ଥାନରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଦିଆଯାଇଛି ଏହି ବଡ଼ ଦାୟିତ୍ୱ | ଧୋନିଙ୍କ ସ୍ଥାନରେ ଚେନ୍ନାଇର ନୂତନ ଅଧିନାୟକ ଭାବେ ରବିନ୍ଦ୍ର ଜାଡେଜାଙ୍କୁ ଚୟନ କରାଯାଇଛି। ଚେନ୍ନାଇ ସୁପର କିଙ୍ଗସ ସେମାନଙ୍କର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି | ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍ ଅର୍ଥାତ୍ ୨୦୦୮ ର ପ୍ରଥମ ସିଜନ୍ ଠାରୁ ଦଳର ଅଧିନାୟକତ୍ୱ ଭାର ସମ୍ଭାଳିଥିଲେ |

ସୂଚନା ଅନୁଯାୟୀ, ଏଥର ଚେନ୍ନାଇ ଟିମ୍ ଜାଡେଜା ଏବଂ ଧୋନୀଙ୍କ ସମେତ ୪ ଜଣ ଖେଳାଳିଙ୍କୁ ରିଟେନ୍ କରିଛି । ଚେନ୍ନାଇ ସୁପର କିଙ୍ଗସ ଜାଡେଜାଙ୍କୁ ପ୍ରାୟ ୧୬ କୋଟି ଟଙ୍କାରେ ରିଟେନ୍ କରିଥିଲେ । ଯଦିଓ ଧୋନିଙ୍କୁ ଏହି ସିଜନରେ କେବଳ ୧୨କୋଟିରେ ରଖାଯାଇଥିଲା । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଥିଲା ଯେ ଜାଡେଜାଙ୍କୁ ଅଧିନାୟକ କରାଯିବାର ଯଥେଷ୍ଟ ସମ୍ଭାବନା ଅଛି । ଅନ୍ୟପକ୍ଷେ, ଦଳ ମୋଏନ୍ ଅଲିଙ୍କୁ ୮ କୋଟିରେ ଏବଂ ରିତୁରାଜ ଗାଇକୱାଡଙ୍କୁ ୬ କୋଟିରେ କିଣାଯାଇଥିଲା । ୨୦୧୨ରେ ଜାଡେଜା ଚେନ୍ନାଇ ସହ ସାମିଲ ହୋଇଥିଲେ ।

Related posts

ମଣିପୁର ହିଂସା:ଜଣେ ସୁରକ୍ଷାକର୍ମୀଙ୍କ ସମେତ ୫ ମୃତ୍ୟୁ

mahabharatanews

ରାଜଧାନୀରେ ଆଉ ଏକ ଅଘଟଣ : ଦୋକାନରେ ନିଆଁ ଲାଗି ୬ ଆହତ

mahabharatanews

ମାଗଣାରେ ମିଳିବ ଟି-୨୦ ବିଶ୍ୱକପ ଫାଇନାଲ ଟିକେଟ

mahabharatanews