ଖେଳ

ଘରୋଇ କ୍ରିକେଟରଙ୍କର ବଢିଲା ଦରମା

ନୂଆଦିଲ୍ଲୀ: ଘରୋଇ କ୍ରିକେଟରଙ୍କ ପାଇଁ ବିସିସିଆଇ ଦେଲା ଖୁସି ଖବର । ଖେଳାଳୀମାନଙ୍କର ମ୍ୟାଚ ଫି ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଘରୋଇ କ୍ରିକଟେରେ ୪୦ରୁ ଅଧିକ ମ୍ୟାଚ ଖେଳିଥିବା ଖେଳାଳୀମାନଙ୍କ ପାଇଁ ମ୍ୟାଚ ଫି ୬୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି ।

ପୂର୍ବରୁ କ୍ରିକେଟରମାନଙ୍କୁ ମ୍ୟାଚ ପ୍ରତି ୩୫ ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଏବେ ସେଥିରେ ୨୫ ହଜାର ଟଙ୍କା ବୃଦ୍ଧି କରାଯାଇ ୬୦ ହଜାର ଟଙ୍କା ସ୍ଥିର କରିଛି ବିସିସିଆଇ । ସେହିପରି ୨୩ ବର୍ଷରୁ କମ ବୟସର ଖେଳାଳୀମାନଙ୍କ ପାଇଁ ମ୍ୟାଚ ଫି ୨୫ ହଜାର ଏବଂ ୧୯ ବର୍ଷରୁ କମ ଖେଳାଳୀମାନଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ମ୍ୟାଚ ଫି ଧାର୍ଯ୍ୟ ହୋଇଛି । ତେବେ ଏହା ବ୍ୟତୀତ ୨୦୧୯-୨୦ ଘରୋଇ ସିଜନରେ ଅଂଶଗ୍ରହଣ କରିଥିବା ଖେଳାଳୀମାନଙ୍କୁ ୨୦୨୦-୨୧ରେ ସ୍ଥଗିତ ସିଜନର କ୍ଷତି ପୂରଣ ବାବଦକୁ ୫୦ ପ୍ରତିଶତ ଅତିରିକ୍ତ ମ୍ୟାଚ ଶୁକ୍ଳ ଦିଆଯିବ । ଏହି ବର୍ଷରେ ମହାମାରୀ କୋରୋନା ପାଇଁ ସିଜନ ସ୍ଥଗିତ ରହିଥିଲା । ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହା ଟ୍ୱିଟ କରି ସୂଚନା ଦେଇଛନ୍ତି ।

ବିସିସିଆଇ ସୋମବାର ଆପେକ୍ସ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନେଇଛି। ଏଥି ସହ ମହିଳା ଖେଳାଳି ମାନଙ୍କର ମଧ୍ୟ ମ୍ୟାଚ ଫି ବୃଦ୍ଧି କରାଯାଇଛି। ସିନିୟର ମହିଳା ଖେଳାଳିଙ୍କୁ ଏବେ ମ୍ୟାଚ ପ୍ରତି ୧୨,୫୦୦ ପରିବର୍ତ୍ତେ ୨୦ ହଜାର ଟଙ୍କା ଦିଆଯିବ ।

Related posts

ଜାପାନ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ପ୍ରମୋଦ ଭଗତ

mahabharatanews

କୋଟି କୋଟି ସମ୍ପତ୍ତିର ମାଲିକ ସୌରଭ ଗାଙ୍ଗୁଲି

mahabharatanews

୧୦୦ ବର୍ଷରେ କ୍ରିକେଟର ବସନ୍ତ ରାୟଜୀଙ୍କ ପରଲୋକ

mahabharatanews