Uncategorized

ଦେଶରେ ସୁସ୍ଥଙ୍କ ପ୍ରତିଶତ ୫୫.୭୭

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୯ହଜାର ୪୪୦ ଜଣ କୋଭିଡ-୧୯ ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ଦେଖିଲେ ଦେଶରେ ସୁସ୍ଥ ହେଉଥିବା ରୋଗୀଙ୍କ ହାର ବୃଦ୍ଧିପାଇ ୫୫.୭୭ ପ୍ରତିଶତ ହୋଇଥିବା ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଆଜିର ଏହି ସୁସ୍ଥଙ୍କୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୨,୩୭,୧୯୫ ହୋଇଛି, ଯାହା ମୋଟ ସଂଖ୍ୟାର ୫୫.୭୭% ଥିବା ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧.୭୪,୩୮୪ ରହିଛି ସମସ୍ତେ ଚିକିତ୍ସାଧୀନ ଅଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟକରି କୁହାଯାଇଛି କି, ଦେଶରେ ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଉଛି ।

Related posts

ଡ୍ରାଗ୍ସ ସହ ନାଇଜେରୀୟ ଯୁବକ ଗିରଫ

mahabharatanews

ଦଳିତଙ୍କୁ କାନ୍ଧରେ ବସାଇଲେ ମନ୍ଦିର ପୂଜକ

mahabharatanews

ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ନିଷ୍ପତ୍ତି ଠିକ: ସୁପ୍ରିମ କୋର୍ଟ

mahabharatanews