Uncategorized

ଡିଜିଟାଲ ରଥଯାତ୍ରା ଆୟୋଜନ କରିବ ଇସ୍କନ

(କୋଲ୍କାତା): ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ପୁରୀରେ ରଥଯାତ୍ରା ହେବ କି ନାହିଁ ସେ ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି ଚାଲିଥିବା ବେଳେ ମଙ୍ଗଳବାର ଦିନ ବିଶ୍ୱର ଛଅଟି ମହାଦେଶରେ ଇସ୍କନ୍ ସର୍ବପ୍ରଥମ ଡିଜିଟାଲ୍ ରଥଯାତ୍ରା ଆୟୋଜନ କରିବ।
କୋଭିଡ୍-୧୯ ମହାମାରୀ ସଂକ୍ରମଣ କାରଣରୁ ଏ ବର୍ଷ ଡିଜିଟାଲ୍ ରଥଯାତ୍ରା ନିମନ୍ତେ ଯୋଜନା କରାଯାଇଛି। ଛଅଟି ମହାଦେଶ ଏବଂ ୧୦୮ଟି ରଥ ନିମନ୍ତେ ଏହି ଡିଜିଟାଲ୍ ରଥଯାତ୍ରାର ନାଁ ‘ମର୍ସି ଇନ୍ ହୁଇଲ୍ସ୍’ ରଖାଯାଇଛି । ଲୋକ ବିଶ୍ୱାସ ଅନୁଯାୟୀ, ରଥଯାତ୍ରା ଦିନ ପ୍ରଭୁ ଜଗନ୍ନାଥଙ୍କୁ ଦେଖିଲେ ଭକ୍ତର ସର୍ବପାପ କ୍ଷୟ ହୁଏ। ଏଣୁ ଚଳିତବର୍ଷ ସମଗ୍ର ବିଶ୍ବରେ ସର୍ବପ୍ରଥମ ଡିଜିଟାଲ୍ ରଥଯାତ୍ରା ପରିବେଶଣ କରାଇବାକୁ ଇସ୍କନ୍ ଅତ୍ୟନ୍ତ ଆନନ୍ଦିତ ବୋଲି ଏହାର ୱେବସାଇଟରେ ଉଲ୍ଲେଖ କରିଛି । ବିଶ୍ବର ଏହି ସର୍ବବୃହତ୍ ରଥଯାତ୍ରା ଜୁନ୍ ୨୩ ଓ ୨୪ ତାରିଖରେ ଆୟୋଜନ କରାଯାଇଛି। ଏହାର ସମୟ ଅବଧି ୨୪ ଘଣ୍ଟା ରହିଛି । ଜୁନ୍ ୨୩ ତାରିଖ ସକାଳ ୮ଟାରେ ଆରମ୍ଭ ହୋଇ ଏହି ଡିଜିଟାଲ୍ ରଥଯାତ୍ରା ଜୁନ୍ ୨୪ ତାରିଖ ସକାଳ ୮ଟାରେ ସମାପ୍ତ ହେବ।ଭକ୍ତମାନେ ଇସ୍କନ୍ କୋଲକାତାର ଅଫିସିଆଲ୍ ୱେବ୍ସାଇଟ୍ ସଗ୍ଦଳମକ୍ଟଦ୍ଭଳକ୍ଟକ୍ଷଳବଗ୍ଧବ.ମକ୍ଟଜ୍ଞରେ ଏହି ରଥଯାତ୍ରାର ସିଧା ପ୍ରସାରଣ ଦେଖିପାରିବେ।
ସୂଚନାଯୋଗ୍ୟ, ୧୯୬୭ ମସିହାରେ ଇସ୍କନ୍ର ସଂସ୍ଥାପକ ଶ୍ରୀଳ ପ୍ରଭୁପାଦ ସାନ୍ଫ୍ରାନ୍ସିସ୍କୋରେ ଇସ୍କନ୍ ରଥଯାତ୍ରା ଆରମ୍ଭ କରିଥିଲେ।

Related posts

ନୂତନ ସିଆଇସି ଭାବେ ବିମଲ ଜୁଲକା ନିଯୁକ୍ତ

mahabharatanews

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ଓହରିଲେ କମଲା ହାରିଶ

mahabharatanews

ସିଏଏ ସମର୍ଥନ ସମ୍ମିଳନୀରେ ଦୁଇ ଗୋଷ୍ଠୀ ହାତାହାତି

mahabharatanews