ଓଡିଶା

ରେଡ ଜୋନରେ ରାଜ୍ୟର ୩ ପ୍ରମୁଖ ସହର

ଭୁବନେଶ୍ବର: ପୁଣି ଧୀରେ ଧୀରେ ନିଜ କାୟା ବିସ୍ତାର କରିବାରେ ଲାଗିଲାଣି କରୋନା ମହାମାରୀ । ଏବେ କୋଭିଡି ରେଡ୍ ଜୋନରେ ରାଜ୍ୟର ତିନି ପ୍ରମୁଖ ସହର। ରାଜଧାନୀ ଭୁବନେଶ୍ବର ପୁରୀ ଓ କଟକ ଜିଲ୍ଲା ରେଡ୍ ଜୋନରେ ସାମିଲ ହୋଇଛି। ରାଜ୍ୟ ସରକାରଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ବରରେ ଟିପିଆର ରେଟ୍ ୧୦.୬ ରହିଛି। ସେହିପରି କଟକରେ ୮.୧ ଓ ପୁରୀରେ ୭.୭ ରହିଛି। ଏହି ପ୍ରମୁଖ ସହରରେ ମାସ୍କ ବାଧ୍ୟତା ମୂଳକ କରାଯାଇଛି । ଆଉ ଯଦି ମାସ୍କ ନ ପିନ୍ଧାଯାଇ ତେବେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୨, ୯୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୮୦, ୯୫୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୭୯୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସେପଟେ ଆଜି ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଛି। ଗତ ୧୨ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ଶନିବାର ଦିନ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୦୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୧୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ ଜଣ ଚିହ୍ନଟ ହୋଇଛନ୍ତି। ଏଣେ କଟକ ଜିଲ୍ଲାରୁ ୮୯ ଓ ପୁରୀ ଜିଲ୍ଲାରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Related posts

ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀଙ୍କୁ ମେଡାଗାସ୍କାର ରାଷ୍ଟ୍ରପତିଙ୍କ ଧନ୍ୟବାଦ

mahabharatanews

ହତ୍ୟା ଅଭିଯୋଗରେ ଡିଏସପିଙ୍କ ପୁଅ ଗିରଫ

mahabharatanews

୪୮ ଘଣ୍ଟା ମଧ୍ୟରେ ବାତ୍ୟା ସମ୍ଭାବନା

mahabharatanews